ଓଡିଶା କଳା ସଂସ୍କୃତି

ବିଦାୟ ନେଉଛନ୍ତି ଜଗତଜନନୀ । ଭସାଣୀ ପାଇଁ ଟ୍ରାଫିକ କଟକଣା…

ଆଜି ଭକ୍ତଙ୍କ ଗହଣରୁ ମେଲାଣି ନେବେ ଜଗତ ଜନନୀ ମା’ ଦୁର୍ଗା । ମା’ଙ୍କ ଭସାଣୀ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ । ଚଳିତବର୍ଷ ଭୁବନେଶ୍ୱର ଓ କଟକରେ ଭସାଣୀ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି । ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ୍ ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍ ପୁଲିସ୍ ।

ଭସାଣୀ ଶେଷ ଯାଏଁ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ସେହି ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ । ଜନପଥ ରାସ୍ତାରେ ଯାନବାହନ ମନା ରହିଛି । ନୟାପଲ୍ଲୀ ଭସାଣୀ ବେଳେ ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ । ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର ଦେଇ ଯାଇପାରିବେ ଯାତ୍ରୀ । ଚନ୍ଦ୍ରଶେଖରପୁରରେ ଭସାଣୀ ବେଳେ କିଟ୍ ଛକ ପଟୁ ନାଲକୋ ଛକ ଆଡ଼କୁ କୌଣସି ଯାନବାହାନକୁ ଅନୁମତି ନାହିଁ ।

ସେହିଭଳି କଟକରେ କଲେଜ ଛକଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ କୌଣସି ଯାନବାହନ ଯାତାୟତ କରିବ ନାହିଁ । ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା