ଦେଶ ବିଦେଶ

ଜମ୍ମୁ-କଶ୍ମୀରର ମଙ୍ଗୁଆଳ ପାଇଁ ଫିଟିଲା ବାଟ, ହଟିଲା ରାଷ୍ଟ୍ରପତି ଶାସନ…

ଜମ୍ମୁ-କଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ । ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ସରକାର ଶାସନ ଆରମ୍ଭ ହେବା ଲାଗି ବାଟ ଫିଟିଛି । ୨୦୧୭ ଜୁନରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା । ଏହା ପରେ ନୂତନ ସରକାର ଗଠନ ଲାଗି ଓମାର ଅବଦୁଲ୍ଲାଙ୍କ ପାଇଁ ବାଟ ଫିଟିଛି ।

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ଏଠାରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି । ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି । ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ଟି ସିଟ୍ ମିଳିଛି । ନ୍ୟାସନାଲ କନଫରେନ୍ସର ବିଧାୟକ ଦଳ ନେତା ଓମାର ଅବଦୁଲ୍ଲା ଆଲିଆନ୍ସ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ।

୧୦ ବର୍ଷ ତଳେ ୨୦୧୪ରେ ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ବିଜେପି ଓ ପିଡିପି ମେଣ୍ଟ ସରକାର ଗଠନ କରିଥିଲେ। କିନ୍ତୁ ୨୦୧୭ ରେ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ଏବଂ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସରକାର ଭାଙ୍ଗିଯାଇଥିଲା । ସେବେଠାରୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।