ମରଣଯନ୍ତା ପାଲଟିଛି ଉପଜିଲ୍ଲାପାଳଙ୍କ ପଶ୍ଚିମ ପାର୍ଶ୍ୱ ରାସ୍ତା…

ନୀଳଗିରି, (ଏଫ୍ଟୁଏସ୍/ ସଚିଦାନନ୍ଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପଶ୍ଚିମ ପାର୍ଶ୍ୱରେ ଥିବା ରାସ୍ତା ପାଲଟିଛି ମରଣଯନ୍ତା । ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଓ ସରକାରୀ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ରାସ୍ତାରେ ଥିବା ଖାଲୁଅରେ ପଡି ଆହତ ହୋଇ ନୀଳଗିରି ଡାକ୍ତରଖାନାରେ ଚିକିତ୍ସିତ ହେବାର ନଜିର ରହିଛି । ବାରମ୍ବାର ଦୁର୍ଘଟଣା ଘଟିବା ପରେ ନୀଳଗିରି ବରିଷ୍ଠ ନାଗରିକ ମଞ୍ଚ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର କାର୍ଯ୍ୟ ନହେବାରୁ ନୀଳଗିରି ନାଗରିକ ମଞ୍ଚ ପକ୍ଷରୁ ଧାରଣା ଦେବାପାଇଁ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏ ନେଇ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେବା ସହ ରାସ୍ତା ନିର୍ମାଣ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।