ପାଳଦା ଗ୍ରାମ ହେଲା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ…

କଟକ, (ଏଫ୍ଟୁଏସ୍/ ଅଭୟ ଜେନା) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକତଥା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଳଦା ପଞ୍ଚାୟତର ପାଳଦା ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି । ପାଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ଆଦର୍ଶ ଗ୍ରାମ ହେବାଦ୍ୱାରା ବିବିଧ ସୁବିଧା ସୁଯୋଗ ଉପଲବ୍ଧ ହେବ । ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ବ୍ଲକ ମଙ୍ଗଳ ଅଧିକାରୀ ସିପ୍ରା ପ୍ରିୟଦର୍ଶିନୀ ବଳ, କନିଷ୍ଠ ଯନ୍ତ୍ରୀ ମାଧବୀମୟୀ ଜେନା ଓ ବିଜୟ କୁମାର ସେଠୀ ଯୋଗ ଦେଇଥିଲେ । ପ୍ରାକ୍ତନ ସମିତି ସଭ୍ୟ ଭାଗବତ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ମଣ୍ଡଳ ସଭାପତି ରଞ୍ଜନ ନନ୍ଦ, ମଣ୍ଡଳ ସଭାପତି ଅକ୍ଷୟ ମହାନ୍ତି,ବିଚିତ୍ରାନନ୍ଦ ଦାସ,କ୍ଷେତ୍ରବାସୀ ସାମଲ, ଅଜିତ ମହାପାତ୍ର, ଅଜୟ ମହାନ୍ତି, ତପନ ଜେନା, ପ୍ରିୟ ରଞ୍ଜନ ଖୁଣ୍ଟିଆ, ବୈକୁଣ୍ଠ ଦାଶ, ରବିଦାସ, ମୀନକେତନ ମହାନ୍ତି, ଶଶିକାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ ।