ଟ୍ରେଣ୍ଟିଂ ଦେଶ ବିଦେଶ

ଗୋଟିଏ ଯୁଗର ଅନ୍ତ । ଆଉ ନାହାନ୍ତି ଉଦାରଶୀଳ ମାନବ ରତନ ଟାଟା…

ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନସ୍ ର ଚେୟାରମ୍ୟାନ ରତନ ଟାଟା । ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬  ବର୍ଷ ହୋଇଥିଲା । ରତନ ଟାଟାଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ତେବେ ଦେଶ ତାଙ୍କୁ କେବେବି ଭୁଲି ପାରିବ ନାହିଁ । ସେ ଦେଶ ପାଇଁ ଅନେକ ମହତ୍ କାର୍ଯ୍ୟ କରିଯାଇଛନ୍ତି । ସେ ଦେଶ ତଥା ସାଧାରଣ ଲୋକଙ୍କ ପାଇଁ ଏପରି ଅନେକ କାର୍ଯ୍ୟ କରିଥିଲେ, ଯାହା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ ।

ତାଙ୍କ ଜୀବନ କାଳ ମଧ୍ୟରେ ସେ ଅନେକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୦୮ ମସିହାରେ ପଦ୍ମ ବିଭୂଷଣ ତଥା ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଛନ୍ତି ।

୧୯୯୧ରେ ଦିବଙ୍ଗତ ରତନ ଟାଟା, ଟାଟା ଗ୍ରୁପର ମୁଖ୍ୟ (ଚେୟାରମ୍ୟାନ) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତାଙ୍କରି କାର୍ଯ୍ୟକାଳ ଭିତରେ ଟେଟ୍ଲି, ଜାଗୁଆର ଲ୍ୟାଣ୍ଡ ରୋଭର, କୋରସ ଭଳି କମ୍ପାନୀର ଅଧିଗ୍ରହଣ ସମ୍ଭବ ହୋଇଥିଲା । ଯଦ୍ବାରା ଟାଟା ବିଶ୍ୱ-ସ୍ତରୀୟ କମ୍ପାନୀର ମାନ୍ୟତା ଲାଭ କରିଥିଲା । ତାଙ୍କ ସମୟରେ ମଧ୍ୟ ଇଣ୍ଡିକା ତଥା ନାନୋ ଭଳି ଦୁଇଟି ଜନପ୍ରିୟ କାରର ବିକାଶ ତଥା ପ୍ରଗତି ହୋଇପାରିଥିଲା ।

୧୯୯୦ ପରେ ଦେଖାଯାଇଥିବା ଅର୍ଥନୈତିକ ସ୍ୱାଚ୍ଛନ୍ଦତା ପାଇଁ ଟାଟା ଗ୍ରୁପ ଅଫ କମ୍ପାନିଜର ସମସ୍ତ ସଫଳତାର ଶ୍ରେୟ ରତନ ଟାଟାଙ୍କୁ ଦିଆଯାଏ । ଅଗଷ୍ଟ ୨୦୦୭ରେ ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ରର ବ୍ରିଟିଶ୍ ଷ୍ଟିଲ କମ୍ପାନୀ କୋରସର ଅଧିଗ୍ରହଣ ତତକାଳୀନ ସମୟରେ ଏକ ଭାରତୀୟ କମ୍ପାନୀର ଏକ ବିଦେଶୀ କମ୍ପାନୀ ଅଧିଗ୍ରହଣ ଭାବେ ସବୁଠାରୁ ବଡ଼ ଥିଲା । ଏହି ଅଧିଗ୍ରହଣ ଫଳରେ ଟାଟା ଷ୍ଟିଲ ବିଶ୍ୱର ପଞ୍ଚମ ବୃହତ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ରୂପେ ମାନ୍ୟତା ପାଇଥିଲା । 

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।