ଦେଶ ବିଦେଶ

ହରିୟାଣାର ହିସାର ଆସନରୁ ଜିତିଲେ ଦେଶର ଧନୀ ମହିଳା ତଥା ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ…

ହରିୟାଣାର ହିସାର ଆସନରୁ ଜିତିଲେ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ । ନିର୍ବାଚନ ଜିତିଲେ ଦେଶର ଧନୀ ମହିଳା । ସାବିତ୍ରୀ ଜିନ୍ଦଲ ହିସାର ଆସନରୁ ୧୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରାମ ନିୱାସ ରାରାଙ୍କୁ ସେ ପରାସ୍ତ କରିଛନ୍ତି । ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଶିଳ୍ପପତି ତଥା ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା । ସେ ଦେଶର ଧନୀ ମହିଳା ଭାବରେ ଜଣାଶୁଣା ।

ହିସାରରୁ ବିଜେପି ଟିକେଟ ପାଇଁ ଆଶାୟୀ ଥିଲେ ସାବିତ୍ରୀ ଜିନ୍ଦଲ । ହେଲେ ଶେଷ ସମୟ ଯାଏଁ ଅପେକ୍ଷା କରି ସେ ନିରାଶ ହେବା ପରେ ବାଧ୍ୟ ହୋଇ ସ୍ୱାଧୀନରେ ଛିଡା ହୋଇଥିଲେ । କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭା ନିର୍ବାଚିତ ହୋଇଛନ୍ତି ସାବିତ୍ରୀ ଜିନ୍ଦଲ । ଭୂପିନ୍ଦର ସିଂ ହୁଡ୍ଡାଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ଗତ ମାର୍ଚ୍ଚ ମାସରେ ପୁଅ ନବୀନ ଜିନ୍ଦଲଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । .

ଜିନ୍ଦଲ ପରିବାରର ଗଡ ଭାବରେ ଜଣାଶୁଣା ହିସାର ବିଧାନସଭା କ୍ଷେତ୍ର । ଏହି ଆସନରୁ ସାବିତ୍ରୀ ଜିନ୍ଦଲଙ୍କ ସ୍ବାମୀ ଓମ୍‌ ପ୍ରକାଶ ଜିନ୍ଦଲ ୩ଥର ନିର୍ବାଚିତ ହୋଇଛନ୍ତି । ୨୦୧୪ରେ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଭାଜପାର କମଲ ଗୁପ୍ତା ତାଙ୍କୁ ପରାସ୍ତ କରିଥିଲେ । ଏହାପୂର୍ବରୁ ସାବିତ୍ରୀ ଜିନ୍ଦଲ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବରେ ବିଧାନସଭା ନିର୍ବାଚନରେ ଜିତିଥିଲେ । ହିସାର ଆସନରେ ୨୦ ବର୍ଷ ଧରି ଜିନ୍ଦଲ ପରିବାରର ଦବଦବା ରହିଥିଲା । ବର୍ତ୍ତମାନ ପୁଣି ଏହି ଆସନ ଜିନ୍ଦଲ ପରିବାରର ହାତକୁ ଆସିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।