ସାଉଥ କୋରିଆସ୍ଥିତ ସାଂସ୍କୃତିକ ଉତ୍ସବରେ ଡ଼. ରୋଜାଲିନ

ଭୁବନେଶ୍ୱର, (ଏଫ୍ଟୁଏସ୍) : ସାଉଥ କୋରିଆସ୍ଥିତ ପ୍ରସିଦ୍ଧ ‘ନାମି’ ଆଇଲ୍ୟାଣ୍ଡରେ ସାରଙ୍ଗ ଫେଷ୍ଟିଭାଲରେ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି । ପ୍ରତିବର୍ଷ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ନାମି ଆଇଲ୍ୟାଣ୍ଡରେ କଳା ଓ ସଂସ୍କୃତିକୁ ନେଇ ଏଭକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏଥିରେ ବିଭିନ୍ନ ଦେଶରୁ ପ୍ରତିନିଧିମାନେ ଯୋଗ ଦେଇଥାନ୍ତି । ଭାରତ ଓ କୋରିଆ ବନ୍ଧୁତ୍ୱପୂର୍ଣ୍ଣ ଫୋରମ ଆନୁକୂଲ୍ୟରେ ଚଳିତବର୍ଷ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ କଳା ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ କୋରିଆରେ ଅବସ୍ଥାବିତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ଅମିତ କୁମାର ସସ୍ତ୍ରୀକ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ଦୁଇ ଦେଶ ଭାରତ ଏବଂ ସାଉଥ କୋରିଆର ସଂସ୍କୃତି ଓ ପାରମ୍ପାରିକ ନାଚ ଗୀତ ଭଳି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର କଳା ସଂସ୍କୃତି ସମ୍ବନ୍ଧୀୟ ‘ପରିଚୟ’ କାର୍ଯ୍ୟକ୍ରମ ପାଇଁ ଓଡିଶା ଆସିବାକୁ ଡ଼. ପାଟ୍ଟଶାଣୀ ସାଉଥ କୋରିଆ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର କଳା ସଂସ୍କୃତିକୁ ବହନ କରୁଥିବା ଉପହାରମାନ ସେମାନଙ୍କୁ ପ୍ରଦାନ କରିଥିଲେ ।