ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ…

ବ୍ୟବସାୟ କରୁ କରୁ ପ୍ରାଣ ହରାଇଥିବା ଶୁକଦେବଙ୍କ ପତ୍ନୀଙ୍କୁ ମିଳିଲା ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଜିଲ୍ଲାର ନିହାଲପ୍ରସାଦ ଥାନା ଅନ୍ତର୍ଗତ ଦଶମାଣପାଟଣା ଗ୍ରାମର ଅଧିବାସୀ ଶୁକଦେବ ବେହେରା ନିଜ ପରିବାର ପ୍ରତିପୋଷଣ ପାଇଁ ଢେଙ୍କାନାଳରୁ ଶ୍ରୀକ୍ଷେତ୍ର ପୁରୀକୁ ଯାଇଥିଲେ । ସେଠାରେ ସେ ଗୋଟେ ଲୁନା ଗାଡିରେ ସାହି ସାହି ବୁଲି ପାମ୍ପଡ଼ ନଳୀ ଭଳି ସାମଗ୍ରୀ ବିକ୍ରି କରି ଚଳୁଥିଲେ । ପାଖରେ ନିଜର ସ୍ତ୍ରୀ ଓ ଛୁଆଙ୍କୁ ରଖିଥିଲେ । ମାତ୍ର କିଛିଦିନ ତଳେ ସେ ଲୁନାରେ ବୁଲି ବ୍ୟବସାୟ କରୁଥିବାବେଳେ ଅକସ୍ମାତ ଭାବେ ମୃତ୍ୟୁ ବରଣ କଲେ । ଯାହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରରେ ଭାଇରାଲ ହେଇଥିଲା । ଭିଡ଼ିଓଟି ମଧ୍ୟ ଖୁବ ହୃଦୟବିଦାରକ ଥିଲା । ଏହି ସମ୍ବନ୍ଧରେ ଜିଲ୍ଲାପ୍ରଶାସନ ଅବଗତ ହେଲା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପୂର୍ବକ ସ୍ୱର୍ଗତ ଶୁକଦେବଙ୍କ ପତ୍ନୀ ଅଖାଜି ବେହେରାଙ୍କୁ ୩,୦୦,୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ମୃତକଙ୍କ ପରିବାର ମଧ୍ୟ ରାସନ କାର୍ଡ ଅନ୍ତର୍ଭୁକ୍ତ ଅଟନ୍ତି ଏବଂ ତାଙ୍କର ନିଜର ପକ୍କା ଘର ମଧ୍ୟ ରହିଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ ମଧ୍ୟ କରାଯିବା ନେଇ ମୃତକଙ୍କ ପରିବାର ବର୍ଗଙ୍କୁ ଅଶ୍ୱସନା ଦିଆଯାଇଛି । ଏହାସହିତ ଆଗାମୀ ଦିନରେ ତାଙ୍କ ପରିବାର କିଭଳି ଆତ୍ମନିର୍ଭରଶୀଳ ହେଇପାରିବ ସେ ଦିଗରେ ମଧ୍ୟ ପ୍ରଶାସନ ପଦକ୍ଷେପ ନେବ । ଜିଲ୍ଲା ପ୍ରଶାସନ ଜିଲ୍ଲାର ଅଧିବାସୀମାନଙ୍କ ନିମନ୍ତେ ସଦାସର୍ବଦା ସମ୍ବେଦନଶୀଳ ରହିଛି । ଜିଲ୍ଲାର ସାମଗ୍ରିକ ଉନ୍ନତି ସହିତ ଏହାର ଅଧିବାସୀମାନଙ୍କ ନିକଟରେ ପ୍ରଶାସନ ସମସ୍ତ କ୍ଷେତ୍ରରେ ପ୍ରତିଶ୍ରୁତିବଦ୍ଧ ।