ଓଡିଶା

OSEFD ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ଆଲୋଚନା ଚକ୍ରରେ ଯୋଗ ଦେଲେ ବାଚସ୍ପତି…

ଖୋର୍ଦ୍ଧା, (ଏଫ୍ଟୁଏସ୍ / ପ୍ରସନ୍ନ କୁମାର ସ୍ୱାଇଁ) : ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଖୋର୍ଦ୍ଧା ଜିଲ୍ଲା ରାଜ ସୁନାଖଳା ବିଜୁ ପଟନାୟକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ୱତନ୍ତ୍ର ଶିକ୍ଷକ’ ବିଷୟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଅନ୍ୟ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଏସ୍ଇଏଫଡ଼ି ସଂଘର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗଦେଇ ସନ୍ଥକବି ଭୀମଭୋଇଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସକ୍ଷମ ସଂଗଠନର ସଭାପତି ଡଃ ସତ୍ୟବ୍ରତ ସାହୁ, ସଂଗଠନର ସମ୍ପାଦିକା ଶ୍ରୀମତୀ ମନସ୍ମିତା ଜେନା, ମୁଖ୍ୟବକ୍ତା ଭାବେ ସକ୍ଷମ ସଂଗଠନର ଉପସଭାପତି ପ୍ରଫେସର ଡଃ ବିନୟ ଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ୱତନ୍ତ୍ର ଶିକ୍ଷକ ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଓ କ୍ରମାଗତ ଭାବେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା କମିବା ପ୍ରସଙ୍ଗ ଆଦି ଆଲୋଚନା ହୋଇଥିଲା । ଉକ୍ତ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇ ସମାଧାନ କରାଯିବାପାଇଁ ପ୍ରତିଶ୍ରୁତି ଦେଇଥିଲେ ବାଚସ୍ପତି । ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା ସ୍ୱାଗତ ଭାଷଣ ରଖିଥିବା ସ୍ଥଳେ ସମ୍ପାଦକ ଜୀବନ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଉକ୍ତ ସଭାରେ ଅଭିଭାବକମାନେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପାଢ଼ୀ ଓ ଅନ୍ୟ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରୁ ୫୦୦ରୁ ଉର୍ଦ୍ଧ୍ୱ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା