ହିନ୍ଦୋଳ କାର୍ଯ୍ୟକର୍ତ୍ତାଙ୍କୁ ନେଇ ନବୀନଙ୍କ ବୈଠକ…

ଯୋଗ ଦେଲେ ଏନ୍ଏସି ଅଧ୍ୟକ୍ଷ/ଉପାଧ୍ୟକ୍ଷା, କାଉନସିଲର, ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚ ଓ କାର୍ଯ୍ୟକର୍ତ୍ତା
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖଭବନରେ ରାଜ୍ୟର ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୈଠକ କରିବା ସହ ଜନସାଧାରଣଙ୍କ ସହ ଯୋଡି ହୋଇରହିବାର ଗୁରୁମନ୍ତ୍ର ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଶଙ୍ଖଭବନରେ ଢେଙ୍କାନାଳ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆୟୋଜିତ ହୋଇଛି ଦଳୀୟ ମାନସମନ୍ଥନ । ଦଳର କୋରକମିଟି ପ୍ରମୁଖ ସଦସ୍ୟ ତଥା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ହିନ୍ଦୋଳ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନେତୃତ୍ୱରେ କାମାକ୍ଷାନଗର, ପୂର୍ବତନ ବିଧାୟକ ସୁଧୀର ସାମଲଙ୍କ ନେତୃତ୍ୱରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ବହୁ କାର୍ଯ୍ୟକର୍ତ୍ତା ଗତ ଗୁରୁବାର ଶଙ୍ଖଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ଦଳର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ବିଚାରବିମର୍ଶ କରିଥିଲେ । ଏହି ଅବସରରେ ସାରା ଓଡିଶାର ଜନମାନସର ଜନପ୍ରିୟ ନେତା ଐତିହାସିକ ମୁଖ୍ୟମନ୍ତ୍ରୀ (ପୂର୍ବତନ) ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା ଓ ଉର୍ନ୍ନତି ପାଇଁ ସମର୍ପିତ । ତୃଣମୂଳସ୍ତରରେ ପୂର୍ବବତ ଜନସାଧାରଣଙ୍କ ସେବା ଜାରି ରହୁ । ଆପଣମାନେ ଜନତାଙ୍କ ସହ ରୁହନ୍ତୁ ଏବଂ ଏକଜୁଟ ରୁହନ୍ତୁ । ଦଳ କିପରି ଆଗକୁ ପୁଣିଥରେ ସରକାର କରିବ ସେଥିପାଇଁ ଉଦ୍ୟମ ପରିଶ୍ରମ ଜାରି ରଖନ୍ତୁ । ବିଜେଡି ଏକ ମହାଦ୍ରୁମ ଅଟେ ।
ନବୀନଙ୍କ ସହ ଭେଟି ବିଜୁ ଜନତା ଦଳର ନେତା, କାର୍ଯ୍ୟକର୍ତା ଓ କର୍ମୀମାନେ ବେଶ ଉତ୍ସାହିତ ହେବାସହ ନୂତନ ଆଶାର କିରଣ ପାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ନେତା ମହେଶ ସାହୁଙ୍କ ନେତୃତ୍ୱରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବିପ୍ରସାଦ ପଟ୍ଟନାୟକ, ହିନ୍ଦୋଳ ଏନ୍ଏସି ଅଧ୍ୟକ୍ଷ କେଶବ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ପୂର୍ବତନ ଉପାଧ୍ୟକ୍ଷା ଅନୁସୟା ମାହୁନ୍ତ, ଢେଙ୍କାନାଳ ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ, ଓଡାପଡା ବ୍ଲକ ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ, ହିନେ୍ଦାଳ ବ୍ଲକ ବିଜେଡି ମହିଳା ସଭାପତି ଅନୁସୟା ଗଡ଼ନାୟକ, ହିନ୍ଦୋଳ ଏନ୍ଏସି ଉପାଧ୍ୟକ୍ଷା ପ୍ରତିମା ରାଉତ, ଜିଲ୍ଲା ପରିଷଦ ସଭ୍ୟା ମମତାଞ୍ଜଳି ବେହେରା, କାଉନସିଲର ବିଷ୍ଣୁପ୍ରିୟା ନାଏକ, ଶୁଭଲଷ୍ମୀ ଦେହୁରୀ, ବିଜୟ ପ୍ରଧାନ, ଅନୁପମା ସାହୁ, ବନିତା ଦାସ, ରିତାରାଣୀ ବେହେରା, ସୁମତି ଦେହୁରୀ, ସରପଞ୍ଚ ଜତି ନାଏକ, ଅଜିତ ସିଂ, ଓଡାପଡା ବ୍ଲକ ବିଜେଡି ସଭାପତି ଚିତ୍ତରଞ୍ଜନ ନାଥ, ବରିଷ୍ଠ ବିଜେଡି ନେତା ବିଜୟ ବେହେରା, ସଂଯୁକ୍ତା ବେହେରା, ଚିନ୍ମୟ ଦାସ, କୈଳାଶ ବେହେରା, ରମେଶ ସାହୁ, ଶ୍ରୀକାନ୍ତ ମହାପାତ୍ର, ଶୁଭେନ୍ଦୁ ଦାସ, ବାବୁ ପଣ୍ଡା, ଅଜୟ ଭଞ୍ଜ, ହାପି ଗଡ଼ନାୟକ, ଦେବାର୍ଚ୍ଚନ ଦେହୁରୀ, ଜିତେନ୍ଦ୍ର ସର, ମାନସ ସାମଲ, ସିଦ୍ଧେଶ୍ବର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ତେବେ ପୂର୍ବତନ ସାଂସଦ ମହେଶ ସାହୁଙ୍କ ଦୃଢ଼ ନେତୃତ୍ୱରେ ଜନସାଧାରଣଙ୍କ ପାଇଁ ସେବା ଓ ଦଳୀୟ କାର୍ଯ୍ୟ ଆଗକୁ ଜାରି ରଖିବୁ ବୋଲି ଯୋଗ ଦେଇଥିବା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ବ୍ଲକ ଓ ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷ/ଉପାଧ୍ୟକ୍ଷା, କାଉନସିଲର, ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଅଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ମତ ପୋଷଣ କରିଛନ୍ତି ।