ଓଡିଶା

ବେଗୁନିଆପଡା ବ୍ଲକରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ…

ବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ପରିବେଶକୁ ସରସ ସୁନ୍ଦର ଏବଂ ସଫା ରଖିବା ପାଇଁ ବେଗୁନିଆପଡା ବ୍ଲକରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ପାନୀୟଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମମତା ପଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଯୋଗଦେଇ ସ୍ୱଚ୍ଛତା ହିଁ ଜୀବନ, ସ୍ୱଚ୍ଛ ରହିଲେ ନିଜେ ନିରୋଗ ହେବା ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବେ ବୋଲ ପ୍ରକାଶ କରିଥିଲେ । ଏଥିରେ କନିଷ୍ଠ ଯନ୍ତ୍ରୀ, ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଇଓ, ବ୍ଲକ କର୍ମଚାରୀ ଓ ପାନୀୟ ଜଳ ଓ ପରିମଳ ବିଭାଗ କର୍ମଚାରୀ କାର୍ଯ୍ୟକ୍ରମରେ ଭାଗ ନେଇ ପରିବେଶ ଉପଯୋଗୀ ବାର୍ତ୍ତା ଦେଇଛନ୍ତି । ପ୍ରତ୍ୟେକ ନାଗରିକ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ । ସ୍ୱଚ୍ଛତା ପ୍ରତି ସଚେତନ ରହିବା ପାଇଁ ଶପଥ ନେଇଥିଲେ ଉପସ୍ଥିତ କର୍ମୀ । ଏହି ଅବସରରେ ସଫେଇ ମିତ୍ର ମାନଙ୍କୁ ସୁରକ୍ଷା କିଟ୍ ପ୍ରଦାନ କରାଯାଇଥିଲା । କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସଞ୍ଜୟ କୁମାର ସାହୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା