ଓଡିଶା

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ପ୍ରଫେସର ଆଶିଷ ଘୋଷ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆଶିଷ ଘୋଷ ୨୦୨୪ ମସିହା ପାଇଁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏହି ତାଲିକା ସମଗ୍ର ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ଗବେଷଣା ଏବଂ ନିବେଶରେ ଉତ୍କର୍ଷକୁ ଆଲୋକିତ କରିଥାଏ । ପ୍ରଫେସର ଘୋଷ ତାଙ୍କର ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ଏବଂ ପ୍ରକାଶନକୁ ନେଇ ଏହା ହାସଲ କରିଛନ୍ତି । ତାଙ୍କର ଗବେଷଣାର ବିଷୟବର୍ଗ ହେଉଛି ‘କୃତ୍ରିମ ବୁଦ୍ଧିମତା ଓ ଇମେଜ୍ ପ୍ରକ୍ରିୟାକରଣ ।’
ଗତ ସପ୍ତାହ ଆରମ୍ଭରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ୨୨ଟି ବୈଜ୍ଞାନିକ କ୍ଷେତ୍ର ଓ ୧୭୪ଟି ଉପକ୍ଷେତ୍ର ନେଇ ଏହି ବିଶ୍ୱସ୍ତରୀୟ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ୨,୨୩,୨୫୨ ଜଣଙ୍କ ମଧ୍ୟରୁ ୨୦୨୩ ପାଇଁ ୫୩୫୨ ଜଣ ସ୍ଥାନ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଫେସର ଘୋଷ ମତାମତ ଦେଇଛନ୍ତି ଯେ ‘ସେ ଏହି ସଫଳତା ପାଇଁ ଖୁସି ଯେ ତାଙ୍କ କାର୍ଯ୍ୟ ଗ୍ଲୋବାଲ ଫୋରମ୍ରେ ଅନ୍ତର୍ଭୁକ୍ତ ହୋଇଛି ।’ ବାସ୍ତବରେ ସେ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତାର ଡୋମେନ୍ ବିସ୍ତୃତ ଓ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ କରିବାରେ ଅନେକ ସମ୍ମାବନା ପ୍ରଦାନ କରେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା