ଫାଇଲେରିଆ ନିରାକରଣ ଓ ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ଡାକ୍ତରଖନା ପରିସରରେ ଏକ ଫାଇଲେରିଆ ରୋଗ ନିରାକରଣ ଓ ହାଇଡ୍ରୋସିଲ ରୋଗୀଙ୍କ ଅସ୍ତ୍ରୋପଚାର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ଡା ସୁଧାଂଶୁ ମିଶ୍ର ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ହେକ୍ଟରରୋଗ ବାହିତ ଚିକିତ୍ସାଧିକାରୀ ଡା ହିମାଂଶୁ ହେମ୍ବ୍ରମଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବାବେଳେ ୧୦ଜଣ ହାଇଡ୍ରୋସିଲ ରୋଗୀଙ୍କ ମାଗଣାରେ ସଫଳତା ସହକାରେ ଅସ୍ତ୍ରୋପଚାର ହୋଇଛି । ଏହି ଶିବିରରେ ଜିଲ୍ଲା ହେକ୍ଟରରୋଗ ପରାମର୍ଶଦାତା ଡା ତପନ କୁମାର ସାହୁ ଓ ପରିଦର୍ଶକ ସୁନିଲ କୁମାର ମହାପାତ୍ର, ଫାର୍ମାସିଷ୍ଟ କାଳିଦାସ ମାରାଣ୍ଡି, କୋଷାଧକ୍ଷ ଆଶୁତୋଷ ମହାପାତ୍ର, ପିସିଆର ଅଧିକାରୀ ଅମୀୟ ପ୍ରଧାନ, ପତିତପାବନ ସାମଲ, ସୁଭାଶିଷ ଦାସ, ଚନ୍ଦନ ନାଏକ, ନିରାକାର ନାଏକ, କାହ୍ନା ଗୋଛାୟତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ହିନ୍ଦୋଳ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡା ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ଉଦ୍ୟମ ଓ ଚେଷ୍ଟାରେ ଏହିପରି ବହୁ ରୋଗୀ କଲ୍ୟାଣକାରୀ କାର୍ଯ୍ୟକ୍ରମ ସହ ରୋଗୀମାନଙ୍କ ପାଇଁ ପଦକ୍ଷେପ ପାଇଁ ହିନ୍ଦୋଳ ଜନସାଧାରଣ ଉଚ୍ଚ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।