ଓଡିଶା

ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ମୋହନ ଛାଟ କେବେ ?

ପ୍ରଶ୍ନ କଲେ AICWC ର ରାଜ୍ୟ ଉପସଭାପତି
କନ୍ଧମାଳ, (ଏଫ୍ଟୁଏସ୍) :
କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବିଭାଗରେ ଦୀର୍ଘ ବର୍ଷ ଧରି ଗାଦି ମାଡି ବସିଥିବା ଦୁର୍ନୀତିଖୋର ଅଧିକାରୀଙ୍କ ବଦଳି କେବେ ବୋଲି ପ୍ରଶ୍ନ କରିଛନ୍ତି AICWCର ରାଜ୍ୟ ଉପସଭାପତି କୁନା ଦିଗାଲ । କନ୍ଧମାଳ ଜିଲ୍ଲା ହେଉଛି ଏକ ଆଦିବାସୀ ପ୍ରବଣ ଜିଲ୍ଲା । ଦୁର୍ନୀତିଖୋର ଅଧିକାରୀଙ୍କ ପାଦୁର୍ଭାବ ଯୋଗୁଁ ଅନେକ ସମୟରେ ଜିଲ୍ଲାର ବହୁ ଗରିବ ନିରୀହ ଜନ ସାଧାରଣ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏପରିକି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କଠାରୁ ସାଧାରଣ ଜନତାଙ୍କ ନିମନ୍ତେ ଆସୁଥିବା ଅର୍ଥକୁ ହରିଲୁଟ୍ କରି ସେମାନଙ୍କ ନାମରେ ମିଥ୍ୟ ବିଲ୍ କରି ସେମାନଙ୍କୁ ଭୂଆଁ ବୁଲାଯାଉଥିବାର ନଜିର ମଧ୍ୟ ରହିଛି । ପୂର୍ବ ସରକାର ସମୟରେ ବହୁ ସରକାରୀ ଅଧିକାରୀ ତଥା କର୍ମଚାରୀ ଏଭଳି ଦୁର୍ନୀତିରେ ଲିପ୍ତ ରହି ସାଧାରଣଜନତାଙ୍କୁ ଠକୁଥିବାବେଳେ ନୂଆ ସରକାରରେ ଉକ୍ତ ଦର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ମୋହନ ସରକାରଙ୍କ ଛାଟ କେବେ ବାଜୁଛି ବୋଲି ପ୍ରଶ୍ନ ରଖିଛନ୍ତି AICWCର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ ।

ଏଠାରେ ପ୍ରକାଶ ଥାଉକି, କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଥାନାମାନଙ୍କରେ ଉପରିସ୍ଥ ଅଧିକାରୀମାନେ ବହୁ ଅସାମାଜିକ କାର୍ଯ୍ୟ ତଥା କୁଚିଆ ମଦ ବେପାରୀ, ମହୁଲ ବେପାରୀ, ଗଞ୍ଜେଇ ବେପାରୀ ମାନଙ୍କଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରିବା ପାଇଁ ହୋମଗାର୍ଡ କର୍ମଚାରୀମାନଙ୍କୁ ନିଦେ୍ର୍ଦଶ ଦେଉଛନ୍ତି । ସେଥିରେ ଯଦି କୌଣସି ପ୍ରକାର ଭାଗ ବଣ୍ଟାକୁ ନେଇ ସମସ୍ୟା ଉପୁଜେ ତେବେ ହୋମଗାର୍ଡ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀମାନେ ବଳି ପକାଇବା ସହ ସେମାନଙ୍କ ଉପରେ ନାହିଁନଥିବା ନିର୍ଯ୍ୟାତନା ଦେଉଥିବା ଦେଖିବାକୁ ମିଳୁଛି । ଏପରିକି ଉପରିସ୍ଥ ଅଧିକାରୀମାନେ ଲୋଭନୀୟ ଅଫର ଦେଖାଇ କିଛି ହୋମଗାର୍ଡଙ୍କୁ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କୁ ବଦନାମ କରିବା ପାଇଁ ପ୍ରବର୍ତ୍ତାଉଥିବା ଶୁଣିବାକୁ ମିଳୁଛି । ଏ ଦିଗରେ ପୋଲିସ ବିଭାଗ ତଥା ପ୍ରଶାସନ କି ପଦେକ୍ଷପ ଗ୍ରହଣ କରିବେ ତାହାକୁ ଅପେକ୍ଷା ବୋଲି କହିଛନ୍ତି କୁନା ଦିଗାଲ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା