ଓଡିଶା

କନ୍ତାମିଲା ଛକ- ଗାବର୍ଦ୍ଧନପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର…

୫ ବର୍ଷ ପାଇଁ ରକ୍ଷଣା ବେକ୍ଷଣ ଖର୍ଚ୍ଚ ଥିଲା ୩୧ ଲକ୍ଷ ଟଙ୍କା
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) :
ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ କନ୍ତାମିଲା ଗ୍ରାମ ପଞ୍ଚାୟତ ସହିତ ସଂଯୋଗ କରୁଥିବା କଂସରା ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ହିନ୍ଦୋଳ ମାଇଧରପୁର ପୂର୍ତ୍ତ ବିଭାଗୀୟ ରାସ୍ତା ଠାରୁ କନ୍ତାମିଲାକୁ ସଂଯୋଗ କରି ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ୯.୭୦ କିଲୋମିଟର ଦୀର୍ଘ ରାସ୍ତା ନବୀକରଣ ପାଇଁ ୨୦୧୮ ମସିହାରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଭୁବନେଶ୍ୱରର କଳିଙ୍ଗ କମ୍ବାଇନ୍ସ ନାମକ ଏକ ଘରୋଇ ଠିକା ସଂସ୍ଥା ଟେଣ୍ଡର ପାଇ ତା ୧୩-୪-୨୦୧୮ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲା । ସମୁଦାୟ ୩ କୋଟି ୪୯ ଲକ୍ଷ ୧୦ ହଜାର ଟଙ୍କା ଅଟକଳ ମୂଲ୍ୟ ଅର୍ଥରେ ଏହି କାର୍ଯ୍ୟ ଆରମ୍ଭ ହୋଇ ତା ୧୨-୦୪-୨୦୧୯ ମସିହାରେ ସମାପ୍ତ ହୋଇଥିଲା । ପାଞ୍ଚ ବର୍ଷ ପାଇଁ ରକ୍ଷଣା ବେକ୍ଷଣ ଲାଗି ୩୧ ଲକ୍ଷ ୧୧ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ତେବେ କାମ ଶେଷ ହେବାର ୧/୨ ମାସ ନ ପୁରୁଣୁ ରାସ୍ତାର ବିଭିନ୍ନ ସ୍ଥାନରୁ ଧୀରେ ଧୀରେ ମେଣ୍ଟାଲ ଓ ପିଚୁ ଉଠି ଖାଲ ଖମା ସୃଷ୍ଟି ହୋଇଥିଲା ।

ରକ୍ଷଣା ବେକ୍ଷଣ ବାବଦ ଅର୍ଥରୁ ପ୍ରତିବର୍ଷ ମରାମତି ପାଇଁ କାମ ଆରମ୍ଭ ହୋଇଥିଲା । ତଥାପି ଅବସ୍ଥା ଯଥା ପୂର୍ବଂ ତଥା ପରଂ ଭଳି ରହିଗଲା । ଇତି ମଧ୍ୟରେ ରକ୍ଷଣା ବେକ୍ଷଣ ପାଇଁ ଧାର୍ଯ୍ୟ ହୋଇ ଥିବା ୫ ବର୍ଷ ସମାପ୍ତ ହୋଇ ଯାଇଥିବା ବେଳେ ରାସ୍ତାର ଅବସ୍ଥା ନକହିଲେ ଭଲ । ପ୍ରତିଦିନ ମୁଖ୍ୟ ରାସ୍ତାରୁ କନ୍ତାମିଲା, ଗୋବର୍ଦ୍ଧନପୁର ଦେଇ ବହୁ ଛୋଟ ବଡ଼ ଯାନ ଚାଲୁଛି । ଉକ୍ତ ରାସ୍ତାରେ ବହୁ ଭାରିଯାନ ଚଳା ଚଳ କରୁଥିବା ବେଳେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ପ୍ରତିଦିନ ୧/୨ ଟି ମୋ ବସ ସେବା ଚାଲୁ ରହିଛି ।

ଏପରିକି ଜରୁରୀ କାଳୀନ ସେବା ପାଇଁ ୧୦୮ ଆମ୍ବୁଲାନ୍ସ ପ୍ରତ୍ୟହ ଏଠାକୁ ଗଡୁଥିବା ବେଳେ ରାସ୍ତାର ଅବସ୍ଥା ଖରାପ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ ଉକ୍ତ ରାସ୍ତାକୁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଚାଳନା ଦାୟିତ୍ୱ ତୁଲାଇ ଥିବା ବେଳେ ଆରମ୍ଭରୁ ନିମ୍ନ ମାନର ରାସ୍ତା କାର୍ଯ୍ୟ ଯୋଗୁଁ ଅଞ୍ଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା । ଏବେ ଉକ୍ତ ରାସ୍ତା ଦେଇ ଶଗଡ଼ଟିଏ ଯିବା କଷ୍ଟସାଧ୍ୟ । ବିଭାଗୀୟ ଯନ୍ତ୍ରୀ, ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଆଜି ରାସ୍ତାର ଅବସ୍ଥା ଶୋଚନୀୟ ବୋଲି ପଞ୍ଚାୟତବାସୀ ଦୋଷାରୋପ କରୁଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀ, ବୟଜ୍ୟଷ୍ଠ ବ୍ୟକ୍ତି ଓ କେତେକ ସଚେତନ ନାଗରିକ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା