ଓଡିଶା

ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହେଲା ସାଧାରଣ ବୈଠକ ଏବଂ ହଟ୍ଟଗୋଳ ମଧ୍ୟରେ ଶେଷ ହେଲା…

ପଞ୍ଚାୟତ ଜନ ପ୍ରତିନିଧିଙ୍କ ପ୍ରଶ୍ନ ବାଣରେ ଛାନିଆ ଅଧିକାରୀ !
କିଛି ବିଭାଗରେ ଚାଲିଛି ମନମୁଖୀ ଶାସନ, ଅଭିଯୋଗ କଲେ ଜନ ପ୍ରତିନିଧି
ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) :
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ପଞ୍ଚମ ସାଧାରଣ ଅଧିବେଶନ ବ୍ଲକ ବିଜୁପଟ୍ଟନାୟକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବହୁଦିନ ପରେ ଅଧ୍ୟକ୍ଷା ସସ୍ମିତାରାଣୀ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଜିପିଓ ଅନିତା ଦାସ ବିବରଣୀ ପାଠ କରିଥିଲେ । ଏହି ଅଧିବେଶନରେ ୩୫ ପଂଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନେ ଯୋଗଦେଇ ଆଲୋଚନାରେ ଭାଗ ନେବାସହ ନିଜସ୍ୱ ମତ ଉପସ୍ଥାପନା କରିଥିଲେ । ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ,ଉଦ୍ୟାନ, ପଶୁ ସମ୍ପଦ, ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ, ଜଙ୍ଗଲ ବିଭାଗ ସମ୍ପର୍କିତ ବହୂ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ଓ ବହୂ ଜନହିତକର ପ୍ରସ୍ତାବ ଜନପ୍ରତିନିଧି ମାନେ ଦେଇଥିଲେ । ସେହିପରି ବହୂ ପଂଚାୟତର ଅନେକ କାର୍ଯ୍ୟ ସଠିକ ଭାବରେ ହେଉନଥିବା, ଜନପ୍ରତିନିଧିମାନଙ୍କୁ ଓ ସେମାନଙ୍କ ପ୍ରସ୍ତାବିତ ଜନହିତକର କାର୍ଯ୍ୟକୁ କାର୍ଯ୍ୟକାରୀ ନକରିବା ସହ ବହୂ ବିଭାଗୀୟ ଅଧିକାରୀଙ୍କ ମନମାନି ସର୍ବୋପରି ବ୍ଲକ ପ୍ରଶାସନର ଅବହେଳା, ସ୍ଥାଣୁତା ଓ ବିଇଓଙ୍କ ସମେତ ଅନେକ ଅଧିକାରୀଙ୍କ ଅଫିସ କାର୍ଯ୍ୟରେ ଅନୁପସ୍ଥିତତା ପାଇଁ ବହୂ ଜନପ୍ରତିନିଧି ଅସନ୍ତୋଷ ଜାହିର କରିଥିଲେ । ଆୟୋଜିତ ବୈଠକରେ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାଏକ, ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ପ୍ରତିନିଧି ବରିଷ୍ଠ ବିଜେପି ନେତା ସୁଶାନ୍ତ ପତି, ବିଡ଼ିଓ ବିନିତା ବିଜୟିନୀ, ଏବିଡ଼ିଓ ଅଶୋକ ମିଶ୍ର, ତହସିଲଦାର ଦିଲିପ ସେଠି, ଜିଲ୍ଲାପରିଷଦ ସଭ୍ୟ ସୁମନ୍ତ ଦେହୁରୀ, ଉର୍ମିଳା ବେହେରା, ଉପଧ୍ୟାକ୍ଷ ବରୁଣ କୁମାର ସର, ସମସ୍ତ ବିଭାଗୀୟ ଅଧିକାରୀ, ବ୍ଲକ କର୍ମଚାରୀ ଓ ହିନ୍ଦୋଳ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ବୈଠକର ସମସ୍ତ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାଏକଙ୍କ ସଭାପତିତ୍ୱରେ ବ୍ଲକର ସମସ୍ତ କର୍ମଚାରୀଙ୍କ ସହଯୋଗରେ ସମ୍ପୂର୍ଣ୍ଣ ହୋଇଥିଲା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା