ଓଡିଶା

ଜେଲ୍ ଜମାଦାରଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଲେ ହୋମଗାର୍ଡ ସଂଘ କର୍ମକର୍ତ୍ତା…

କନ୍ଧମାଳ, (ଏଫ୍ଟୁଏସ୍) : ଜେଲ୍ ଜମାଦାରଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଲେ ହୋମଗାର୍ଡ ସଂଘ କର୍ମକର୍ତ୍ତା । ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ସୁଲପାଣି ସାହାଣୀଙ୍କ ବାପା ଶ୍ରୀ ବସନ୍ତ କୁମାର ସାହାଣୀ ଜେଲ୍ ଜମାଦାର୍ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ଶାରୀରିକ ସମସ୍ୟାରେ ଜୁଝୁଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିଲା । ଏ ନେଇ ଖବର ମିଳିବା ପରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ଶ୍ରୀ ପ୍ରଭାତ କୁମାର ସାହାଣୀଙ୍କ ନିଷ୍ପତ୍ତିକ୍ରମେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ସୁଲପାଣି ସାହାଣୀଙ୍କୁ ଭେଟି ତାଙ୍କ ପିତାଙ୍କ ଦଶାହ କାର୍ଯ୍ୟ ଯୋଗ ଦେବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି ଅବସରରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ଉପସଭାପତି ତଥା ଆବାହକ ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟ, ହୋମଗାର୍ଡ ସଂଘ ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ, ବରିଷ୍ଠ ସାମ୍ବାଦିକ କ୍ଷୀରୋଦ କୁମାର ସାହାଣୀ,  ଜୟନ୍ତୀ ଚୈଧୁରୀ, ସାଫରିନ ଖାନ୍, ସଦର ଥାନ ହୋମଗାର୍ଡ ସଂଘ କର୍ମକର୍ତ୍ତା ପ୍ରତାପ କୁମାର ସାହାଣୀ, ଉପେନ୍ଦ୍ର ଭଞ୍ଜ, ସ୍ବାଧିନ କୁମାର ଦିଗାଲ, ଜୁଆନ ଦିଗାଲ, ଶରତ କୁମାର ସାହାଣୀ ଏବଂ ଅନ୍ୟ ହୋମଗାର୍ଡ କର୍ମଚାରୀମାନେ ଉପସ୍ଥିତ ରହି ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ରାସନ ସାମଗ୍ରୀ ଏବଂ କିଛି ଆର୍ଥିକ ସହଯୋଗ କରିଥିଲେ । ଏପରି ସହାନୁଭୂତି କାର୍ଯ୍ୟକ୍ରମ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ସମସ୍ତ ଶୃଙ୍ଖଳିତ ହୋମଗାର୍ଡ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସେବା କାର୍ଯ୍ୟ ଭାବେ ଲାଗୁ ରଖିବା ପାଇଁ ସଂଗଠନ ତରଫରୁ ନିଷ୍ପତ୍ତି ନିଆଯାଇଥିବା ସଂଘ କର୍ମକର୍ତ୍ତା କହିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା