ମମତା ଡିପିଏ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ମଧ୍ୟରେ ମଧୁଚନ୍ଦ୍ରକା ଅଭିଯୋଗ…

କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲାରେ ସମୁଦାୟ ୧୬ ଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ରହିଥିବା ବେଳେ ଗୋଟିଏ ଛତୁଆ ପ୍ରସ୍ତୁତି କେନ୍ଦ୍ରରୁ ଜିଲ୍ଲା କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଦୁର୍ନୀତି କରି ଚାଲିଥିବା ଏବଂ ମମତା (ଡିପିଏ) ସୂର୍ଯ୍ୟନାରାୟଣ ସାହୁଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଘଣ୍ଟ ଘୋଡ଼େଇବା ଘଟଣା ଏବେ ଉଭୟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସନ୍ଦେହ କରାଯାଉଛି l କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ରରୁ ପିଏ ଶ୍ରୀ ସାହୁ କୁଆଡେ ଜଣଙ୍କ ପିଛା ପ୍ରତି ମାସରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଭିତିରିଆ ଲାଞ୍ଚ ନେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏପରିକି ଶ୍ରୀ ସାହୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ସହିତ କିଛି ଭାଗ ସେୟାର କରି ଗୋଟିଏ ସ୍ଥାନରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରହିବା ସହିତ ଏଭଳି ଦୁର୍ନୀତି କରିଚାଲିଥିବା ଘଟଣା ଏବେ ସାମ୍ନାକୁ ଆସୁଛି l
କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ ବହୁ ଘୋଟଲା ହେଉଥିବା ଘଟଣା AICWC ର ରାଜ୍ୟ ଉପସଭାପତିଙ୍କ ନିକଟରେ କିଛି ବୁଦ୍ଧିଜୀବୀ ଅଭିଯୋଗ କରିଥିଲେ l ଛତୁଆ ନିର୍ମାଣକାରୀ ଗ୍ରୁପ୍ ସଦସ୍ୟଙ୍କଠାରୁ ଭିତିରିଆ ଲାଞ୍ଚ ନେଇଁ ଦୁର୍ନୀତିରେ ଲିପ୍ତ ଥିବା ମମତା ପିଏ ସୂର୍ଯ୍ୟନାରାୟଣ ସାହୁ ଜିଲ୍ଲା କାର୍ଯ୍ୟାଳୟରେ ରହି ବହୁ କେଳେଙ୍କାରୀ କରୁଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି l ଏପରିକି କନ୍ଧମାଳ ଜିଲ୍ଲାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ ଦୀର୍ଘ ୧୦ ବର୍ଷ ଭିତରେ ପ୍ରାୟ ପାଞ୍ଚ ଜଣ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବଦଳି ହୋଇସାରିଲେଣି । ମାତ୍ର ମମତା ଡିପିଏଙ୍କୁ ପୂର୍ବ ଜିଲ୍ଲାପାଳମାନେ କେଉଁ ସ୍ୱାର୍ଥ୍ୟରେ ବଦଳି କରୁନଥିଲେ ତାହା ଏବେ ପ୍ରଶ୍ନବାଚୀ ? ସେପଟେ ଦୀର୍ଘ ବର୍ଷ ଧରି ରହିଥିବା ମମତା ଡିପିଏ ସୂର୍ଯ୍ୟନାରାୟଣଙ୍କୁ ନୂତନ ଜିଲ୍ଲାପାଳଙ୍କ ଛାଟ କେବେ ପଡିବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଜଲଷ୍ମୀ ବେହେରା
ଜିଲ୍ଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟରେ ଦୁଇଜଣ ଏସେ ଏବଂ ଚାରିଜଣ କିରାଣୀ ନିଯୁକ୍ତି ଥିବା ସତ୍ୱେ ମମତା ପିଏ ଉଭୟଙ୍କ କାମ କରି ସେମାନଙ୍କୁ ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି । ସେପଟେ ଉକ୍ତ ଡିପିଏ ମହୋଦୟଙ୍କୁ ଅର୍ଥ ସଂକ୍ରାନ୍ତ ବିଭାଗରେ କେଉଁ ସ୍ୱାର୍ଥ୍ୟରେ ଦାଇତ୍ୱ ଦିଆଯାଇଛି ଏବଂ କିଏ ଦାଇତ୍ୱ ଦେଇଛି ତାହା ଏବେ ପ୍ରଶ୍ନବାଚୀ । କନ୍ଧମାଳ ଜିଲ୍ଲାରେ ଲାଞ୍ଚୁଆ ଏବଂ ହୀନ ତଥା ଖଳ ପ୍ରକୃତିର ଅଧିକାଂଶ ଅଧିକାରୀ ଏବଂ କର୍ମଚାରୀ ବହୁ ବର୍ଷ ଧରି ଗୋଟିଏ ବିଭାଗରେ ଗାଦି ମାଡ଼ିବସି ନିରୀହ ଜନ ସାଧାରଣଙ୍କୁ ଲୁଟିବାରେ ବ୍ୟସ୍ତ ରହୁଛନ୍ତି ।

କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ପଛୁଆ ବର୍ଗ ଜିଲ୍ଲା ହେଇଥିବାରୁ ଅନେକ ସମୟରେ କର୍ମଚାରୀମାନେ ମିଥ୍ୟା ବିଲ୍ କରି ଜନସାଧାରଣଙ୍କୁ ଲୁଟୁଥିବାର ନଜିର ରହିଛି । ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ନିମ୍ନ ମାନର ଛତୁଆ ପ୍ରସ୍ତୁତି ହେଉଥିବା ଘଟଣା ବାବଦରେ ସିଡିପିଓମାନେ ବହୁବାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ଥିଲେ ମଧ୍ୟ ଦୁର୍ନୀତିଖୋର ଡିପିଏଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଜଣାପଡିଛି । ଯଦ୍ବାରା ଗ୍ରାମାଞ୍ଚଳରେ ଥିବା ଅଙ୍ଗନୱାଡ଼ିର କୁନି କୁନି ଶିଶୁମାନେ ଅନେକ ସମୟରେ ଏହି ନିମ୍ନମାନର ଛତୁଆ ଖାଇ ବିପଦରେ ପଡୁଥିବା ମଧ୍ୟ ଦେଖାଦେଉଛି l ତେଣୁ ଏ ଦିଗରେ ଜିଲ୍ଲାର ନୂତନ ଜିଲ୍ଲାପାଳ ଅମ୍ରିତ ରୁତୁରାଜ ନିରପେକ୍ଷ ତଦନ୍ତ କରି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀ ବୁଦ୍ଧଜୀବୀ ଏବଂ ରାଜ୍ୟ ଉପସଭାପତି ଶ୍ରୀ ଦିଗାଲ ।