ଓଡିଶା

ହିନ୍ଦୋଳରେ ଚେୟାରମ୍ୟାନ ବିରୋଧରେ ଅନାସ୍ଥା ଚର୍ଚ୍ଚା…

ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର ଅସନ୍ତୁଷ୍ଟ ୧୨ଜଣ କାଉନସିଲର ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେବାକୁ ନେଇ ହିନ୍ଦୋଳ ଏନ୍ଏସିରେ ରାଜନୀତି ସରଗରମ ହୋଇଛି । ହିନ୍ଦୋଳ ଏନ୍ଏସିରେ ଦୀର୍ଘଦିନ ହେବ ଅସନ୍ତୋଷର ନିଆଁ ଦେଖାଯାଇଥିଲା । ଗତ ସ୍ୱାୟତ୍ତ ଶାସନ ଦିବସରେ ଏହାର ଚିତ୍ର ଦେଖାବାକୁ ମିଳିଥିଲା । ଏପରିକି ଗତ ନିର୍ବାଚନ ସମୟରେ ପରିଷଦର ବିନା ଅନୁମୋଦନରେ ନିର୍ବାଚନ ପାଇଁ ୧୭ଲକ୍ଷ ଟଙ୍କା ଖର୍ଚ୍ଚ, ଜନୈକ କାଉନସିଲରଙ୍କ ପ୍ରରୋଚନାରେ ନିର୍ଦ୍ଧିଷ୍ଟ ଗୋଟିଏ ୱାର୍ଡରେ ୧୭-୧୮ଲକ୍ଷ ଟଙ୍କାର କାମ, ଅନ୍ୟ କୌଣସି ୱାର୍ଡ ପାଇଁ ଟେଣ୍ଡର ନକରିବା, କର୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ, ଆୟବ୍ୟୟ ହିସାବ ନଦେବା, ୱାର୍ଡର ଆବଶ୍ୟକତା ଅନୁଯାଇ କାଉନସିଲରଙ୍କୁ ପ୍ରାଧାନ୍ୟ ନଦେବା, ଅଣଦେଖା କରାଯିବା, ପରିଷଦ ଅଗୋଚରରେ ମନମୁଖି କାର୍ଯ୍ୟ କରିବା ଏବଂ ନିୟମାନୁଯାୟୀ ମାସିକ ବୈଠକ ନକରିବା ଇତ୍ୟାଦି କାରଣ ପାଇଁ ଅସନ୍ତୁଷ୍ଟ ଉପାଧ୍ୟକ୍ଷାଙ୍କ ସମେତ ୧୪ ଜଣ କାଉନସିଲର ଗତ ୨/୯/୨୦୨୪ରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁଣି ଉଭୟ ବିଜେପି ଓ ବିଜେଡି କାଉନସିଲର ମିଳିତ ଭାବରେ ଉପାଧ୍ୟକ୍ଷା ପ୍ରତିମା ରାଉତଙ୍କ ନେତୃତ୍ୱରେ କାଉନସିଲର ଶରତ କୁମାର ଭୂତିଆ(ୱାର୍ଡ-୧୨), ଅନୁପମା ସାହୁ(ୱାର୍ଡ-୧୫), ବିଷ୍ଣୁପ୍ରିୟା ନାଏକ(ୱାର୍ଡ-୭), ରିତାରାଣୀ ବେହେରା(ୱାର୍ଡ-୪),କାର୍ତ୍ତିକ ପ୍ରଧାନ(ୱାର୍ଡ-୯), ଦୀପକ ରଞ୍ଜନ ବିଶ୍ୱାଳ(ୱାର୍ଡ-୫), ତୃପ୍ତିମୟୀ ବେହେରା(ୱାର୍ଡ-୬), ସୁମତି ଦେହୁରୀ(ୱାର୍ଡ-୧୪), ବିଜୟ ପ୍ରଧାନ(ୱାର୍ଡ-୧୬), ବନିତା ଦାସ(ୱାର୍ଡ-୩), ଶୁଭଲଷ୍ମୀ ଦେହୁରୀ(ୱାର୍ଡ-୧୧) ପ୍ରମୁଖ ଉପସ୍ଥିତ ରହି ତୁରନ୍ତ ଦେଢ଼ବର୍ଷର ଆୟବ୍ୟୟର ହିସାବ, ସ୍ୱତନ୍ତ୍ର ଅଡିଟ କରାଇବା, ନିୟମିତ ପରିଷଦ ବୈଠକ ଡାକିବା, ନୂତନ ପରିଷଦ ଗଠନ ଦିନଠାରୁ ଆଜିପର୍ଯ୍ୟନ୍ତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ, ହୋଇଥିବା ବିଲ ସମ୍ପର୍କରେ ସୂଚନା ଦେବା, ତୁରନ୍ତ ଷ୍ଟାଣ୍ଡିଂ କମିଟି ଗଠନ କରିବା ଏବଂ କାଉନସିଲରମାନଙ୍କ ବିନା ଅନୁମୋଦନରେ କୌଣସି କାର୍ଯ୍ୟ ନକରିବା ଇତ୍ୟାଦି ପାଇଁ ସାତଦିନ ମଧ୍ୟରେ ଦାବିପୂରଣ ପାଇଁ ଏକ ଦାବିପତ୍ର ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଓ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ସାତଦିନ ମଧ୍ୟରେ ଦାବିପୂରଣ ନହେଲେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଅନଶନରେ ବସିବାକୁ ଜଣାଇଛନ୍ତି ।
ଅଭିଯୋଗ କରିଥିବା ଉପାଧ୍ୟକ୍ଷା ଓ କାଉନସିଲରମାନଙ୍କ ସୂତ୍ରରୁ ପ୍ରକାଶ, ହିନ୍ଦୋଳ ଏନ୍ଏସି ଅଧ୍ୟକ୍ଷ ନିର୍ଦ୍ଧିଷ୍ଟ ଜଣେ କାଉନସିଲର ଓ ନିର୍ଦ୍ଧିଷ୍ଟ କେତକ ଖଳପ୍ରକୃତିର ଲୋକଙ୍କ କଥାରେ ପରିଚାଳିତ ହୋଇ ସମସ୍ତ କାଉନସିଲରଙ୍କୁ ବାରମ୍ବାର ଅଣଦେଖା କରି ନିଜର ଓ ଅନୁଗତ କାଉନସିଲର, ଅନୁଗତ ନିର୍ଦ୍ଧିଷ୍ଟକର୍ମୀଙ୍କ ମୁନଫା ପାଇଁ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସହଯୋଗରେ ବହୁ ବେନିୟମ କାର୍ଯ୍ୟ କରି ବିଲ୍ ପାସ କରିନେଉଛନ୍ତି । ଏହାସହ କାଉନସିଲରମାନଙ୍କୁ ସମସ୍ତ ତଥ୍ୟରୁ ଦୁରେଇ ରଖୁଛନ୍ତି । ଫଳରେ କାଉନସିଲରମାନେ ନିଜ ନିଜ ୱାର୍ଡମାନଙ୍କରେ ପ୍ରତିଶୃତି ଅନୁଯାଇ କାର୍ଯ୍ୟ କରିପାରୁନାହାନ୍ତି । ତେବେ ଏହି ଦ୍ୱିତୀୟ ଅଭିଯୋଗ ପରେ ହିନେ୍ଦାଳ ଏନ୍ଏସି ଅଫିସ ଭିତରେ ବହୁ ବେଆଇନ କାର୍ଯ୍ୟ ଚାଲୁଥିବା ଅନୁମାନ ସହ ହିନ୍ଦୋଳ ଏନ୍ଏସି ରାଜନୀତି ଗୋଳାମାଳିଆ ଚରମ ସୀମାରେ ପହଂଚି ପୁଣି ଏକ ଅନାସ୍ଥା ହେବାର ରାସ୍ତା ଖୋଲି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ଯାହାକି ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହିନ୍ଦୋଳ ଏନ୍ଏସିରେ ପୂର୍ବରୁ ମଧ୍ୟ ଅନିୟମିତତା ପାଇଁ ଦୁଇଥର ଅନାସ୍ଥା ହୋଇଥିବାବେଳେ ତୃତୀୟଥର ସେଇ ସମାନ ଭୁଲପାଇଁ ଅନାସ୍ଥା ଆଡକୁ ଗତି କରୁଛି ବୋଲି ଜନସାଧାରଣ ଏବେଠୁ ହିସାବନିକାସ କଲେଣି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା