ଓଡିଶା

ଭରତପୁର ଆଦର୍ଶ ଥାନାରେ ଲାଗିଲା ସିସିଟିଭି କ୍ୟାମେରା…

ବ୍ୟୁରୋ ରିପୋର୍ଟ : ଭରତପୁର ଥାନାରେ ଲାଗିଲା ସିସିଟିଭି । ମନିଟରରେ ରେକର୍ଡ ହୋଇଛି ଥାନା ଭିତରର ଦୃଶ୍ୟ । ଏଣିକି ଲୋକମାନେ ଥାନାକୁ ଅଭିଯୋଗ ପାଇଁ ଆସିଲେ ପୁଲିସ ସେମାନଙ୍କ ଅଭିଯୋଗ ଶୁଣୁଛି କି ନାହିଁ, ଥାନାରେ ଲୋକମାନେ ନିର୍ଯାତନାର ଶିକାର ହେଉଛନ୍ତି କି ନାହିଁ ସବୁ ସତ ଜଣାପଡ଼ିବ । ଥାନାରେ ୨୫ଟି ସିସିଟିଭି ଲାଗିବା ପାଇଁ ଯୋଜନା ଥିବା ବେଳେ ଏବେ ମାତ୍ର  ୧୬ଟି ସିସିଟିଭି ଲାଗିଛି । ତେବେ ଖୁବଶୀଘ୍ର ଅବଶିଷ୍ଟ ସିସିଟିଭି ଲାଗିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ରାତିରେ ଭାରତୀୟସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୁଲିସ ମାଡ଼ ମାରିବା ସହ  ନିର୍ଯାତନା ଅଭିଯୋଗ ମାମଲା ସମଗ୍ର ରାଜ୍ୟ ତଥା ଦେଶରେ ହଇଚଇ ସୃଷ୍ଟି କରିଥିଲା । ସେତେବେଳେ ସିସିଟିଭି ଥାନାରେ ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା । ଭରତପୁର ଆଦର୍ଶ  ଥାନା ହୋଇଥିବା ବେଳେ କିପରି ସେଠାରେ ସିସିଟିଭି ଲାଗି ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅପରପକ୍ଷେ ଉକ୍ତ ମାମଲାରେ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି । 

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା