ନକଲି ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ପୁଲିସର ଚଢ଼ାଉ…

ସାଲେପୁର, (ଏଫ୍ଟୁଏସ୍ / ଅଭୟ ଜେନା) : ସାଲେପୁର ବ୍ଲକ ତଥା ଜଗତପୁର ଥାନା ଆତୋଡ଼ାଠାରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ପୁଲିସ ଓ ଫୁଡ୍ ସେଫଟି ବିଭାଗ ମିଳିତ ଚଢାଉ କରିଛି । ଅତୋଡ଼ା ନିକଟ ମହାନଦୀ ପଠାରେ ଜଙ୍ଗଲିଆ ସ୍ଥାନରେ ରୋହିଣୀ ବ୍ରାଣ୍ଡ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଏହି ଚଢ଼ାଉ କରାଯାଇଥିଲା । ଏହି ନକଲି କାରଖାନାରେ ଚଢ଼ାଉ ସମୟରେ ଖାଇବା ସୋଡ଼ା, ବିଭିନ୍ନ କେମିକାଲସ୍, ଦୂଷିତ ଜଳ ଓ ଲୁଣ ମିଶାଯାଇ କ୍ଷୀର ପ୍ୟାକେଟ ତିଆରି ହେଉଥିଲା । ସେଠାରେ ଦହି, ଲସି ଆଦି ମଧ୍ୟ ପ୍ରସ୍ତୁତ କରାଯାଇ କଟକ ଜିଲ୍ଲାର ବିଭିନ୍ନ ଅଂଚଳ, କେନ୍ଦ୍ରାପଡା, ଯାଜପୁର, ପୁରୀ ତଥା ବିଭିନ୍ନ ଜିଲ୍ଲାକୁ ବିକ୍ରୟ ପାଇଁ ପଠାଯାଉଥିଲା । ଦୁଗ୍ଧ ଅପମିଶ୍ରିତ ଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଥିବା ବେଳେ ଦୁଗ୍ଧ ଫ୍ୟାକ୍ଟ୍ରିରୁ ସମସ୍ତ ସାମ୍ପୁଲ ସଂଗ୍ରହ କରାଯାଇ ଫ୍ୟାକ୍ଟ୍ରି ମାଲିକକୁ ଅଟକ ରଖି ପଚରାଉଚୁରା ଚଳାଇଛି ପୁଲିସ ।
