ଓଡିଶା

ମମତା ପିଏ ସୂର୍ଯ୍ୟନାରାୟଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ !

କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ ବହୁ ଘୋଟଲା ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏ ନେଇ AICWCର ରାଜ୍ୟ ଉପସଭାପତିଙ୍କ ନିକଟରେ ଫେରାଦ ହୋଇଛନ୍ତି ଅଚଂଳବାସୀ । ଦୀର୍ଘ ବର୍ଷ ଧରି ରହିଥିବା ମମତା ପିଏ ସୂର୍ଯ୍ୟନାରାୟଣଙ୍କୁ ନୂତନ ଜିଲ୍ଲାପାଳଙ୍କ ଛାଟ କେବେ ପଡିବ ତାହାକୁ ନେଇ ପ୍ରଶ୍ନ ଉଠିଛି ? ଛତୁଆ ନିର୍ମାଣକାରୀଙ୍କଠାରୁ ଭିତିରିଆ ଲାଞ୍ଚ ନେଇ ଦୁର୍ନୀତିରେ ଲିପ୍ତ ଥିବା ମମତା ପିଏ ସୂର୍ଯ୍ୟନାରାୟଣ ସାହୁ ଜିଲ୍ଲା କାର୍ଯ୍ୟାଳୟରେ ଦୀର୍ଘ ୧୦ ବର୍ଷ ଧରି ରହି ବହୁ କେଳେଙ୍କାରୀ କରୁଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି । କନ୍ଧମାଳ ଜିଲ୍ଲାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ ଦୀର୍ଘ ୧୦ ବର୍ଷ ଭିତରେ ପ୍ରାୟ ପାଞ୍ଚ ଜଣ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବଦଳି ହୋଇଥିଲେ ମଧ୍ୟ ଏହି ମମତା ପିଏଙ୍କୁ ପୂର୍ବ ଜିଲ୍ଲାପାଳମାନେ କେଉଁ ସ୍ୱାର୍ଥ୍ୟରେ ବଦଳି କରୁନଥିଲେ ତାହା ଏବେ ପ୍ରଶ୍ନବାଚୀ ?

ମମତା ପିଏ ସୂର୍ଯ୍ୟନାରାୟଣ ସାହୁ ମମତା ଯୋଜନାରେ ଛୁଆଙ୍କୁ ଲାଳନ ପାଳନ କରିବା ନିମନ୍ତେ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ମିଳୁଥିବା ସରକାରୀ ଅନୁଦାନ ପ୍ରଦାନ କରିବା ଦାଇତ୍ୱରେ ନିଯୁକ୍ତି ରହିଛନ୍ତି । ତେବେ ସରକାରୀ କର୍ମଚାରୀ ଜଣକ ସାହାଯ୍ୟ କରିବା ପରିବର୍ତ୍ତେ ହିତାଧିକାରୀଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟରେ ଦୁଇଜଣ ଏସେ ଏବଂ ଚାରିଜଣ କିରାଣୀ ନିଯୁକ୍ତି ଥିବା ସତ୍ୱେ ମମତା ପିଏ ମହୋଦୟଙ୍କୁ ଅର୍ଥ ସଂକ୍ରାନ୍ତ ବିଭାଗରେ କେଉଁ ସ୍ୱାର୍ଥ୍ୟରେ ଦାଇତ୍ୱ ଦିଆଯାଇଛି ଏବଂ କିଏ ଦାଇତ୍ୱ ଦେଇଛି ତାହା ଏବେ ପ୍ରଶ୍ନବାଚୀ । କନ୍ଧମାଳ ଜିଲ୍ଲାରେ ଲାଞ୍ଚୁଆ ଏବଂ ହୀନ ତଥା ଖଳ ପ୍ରକୃତିର ଅଧିକାଂଶ ଅଧିକାରୀ ଏବଂ କର୍ମଚାରୀ ବହୁ ବର୍ଷ ଧରି ଗୋଟିଏ ବିଭାଗରେ ଗାଦି ମାଡ଼ିବସି ନିରୀହ ଜନ ସାଧାରଣଙ୍କୁ ଲୁଟିବାରେ ବ୍ୟସ୍ତ । ଏ ନେଇ ଅଭିଯୋଗ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି AICWC ର ରାଜ୍ୟ ଉପସଭାପତି କୁନା ଦିଗାଲ ।

କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ପଛୁଆ ବର୍ଗ ଜିଲ୍ଲା ହେଇଥିବାରୁ ଅନେକ ସମୟରେ କର୍ମଚାରୀମାନେ ମିଥ୍ୟା ବିଲ୍ କରି ଜନସାଧାରଣଙ୍କୁ ଲୁଟୁଥିବାର ନଜିର ରହିଛି । ତେଣୁ ଏ ଦିଗରେ ଜିଲ୍ଲାର ନୂତନ ଜିଲ୍ଲାପାଳ ଅମ୍ରିତ ରୁତୁରାଜ ମହୋଦୟ ନୀରପେକ୍ଷ ତଦନ୍ତ କରି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମୀଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିହାତୀ ଜରୁରୀ ବୋଲି କହିଛନ୍ତି ଅଭିଯୋଗକାରୀ ବୁଦ୍ଧଜୀବୀ ଏବଂ ରାଜ୍ୟ ଉପସଭାପତି ଶ୍ରୀ ଦିଗାଲ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା