ଓଡିଶା

ଭୁଲ ଖବର ପରିବେଷଣକୁ ନିନ୍ଦା କଲେ AICWC ର ରାଜ୍ୟ ଉପସଭାପତି…

କନ୍ଧମାଳ, (ଏଫ୍ଟୁଏସ୍) : ଶିକ୍ଷକ ହେଉଛନ୍ତି ଜ୍ଞାନଗୁରୁ, ସଂସ୍କାର ଗୁରୁ । ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷଣା କରିଛନ୍ତି । ମାତ୍ର ଯଦି ଜଣେ ଛାତ୍ର ନିଜର ପ୍ରାରମ୍ଭ ଜୀବନରୁ ହିଁ ଭ୍ରଷ୍ଟ ହେବ, ତେବେ ତାକୁ ସଜାଡିବା ହେଉଛି ଶିକ୍ଷକଙ୍କର କର୍ତ୍ତବ୍ୟ । ଏହି କର୍ତ୍ତବ୍ୟକୁ ସଫଳତାର ସହ ସମ୍ପାଦନ କରୁଥିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବଲସ୍କୁମ୍ପା ପଞ୍ଚାୟତ ନିକଟରେ ଥିବା ଛନ୍ଦୁରୁପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ । ତେବେ କିଛିଦିନ ତଳେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଉକ୍ତ ଶିକ୍ଷୟତ୍ରୀଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ନେଇ ଖବର ପ୍ରକାଶିତ ହୋଇଥିଲା । ଶିକ୍ଷୟତ୍ରୀ ଜଣକ ଦଣ୍ଡମୁକ୍ତ ଅଂଚଳରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ରକୁ ନିର୍ଧୁମ୍ ମାଡ ମାରି ଲହୁଲୁହାଣ କରିଥିବା ଭଳି ଖବର ପ୍ରାକଶ ପାଇଥିଲା । ଏହି ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ AICWC ର ରାଜ୍ୟ ଉପସଭାପତି କୁନା ଦିଗାଲ ବିଦ୍ୟାଳୟରେ ପଂହଚି ତନାଘନା କରିଥିଲେ । ତେବେ ତନାଘନା ପରେ ଯାହା ଜଣାପଡିଲା ତାହା ଅଶ୍ଚର୍ଯ୍ୟକର ଥିଲା । ବାଳୁଙ୍ଗା ଛାତ୍ରର ଭୁଲକୁ କେହି ଦେଖିଲେନି । ମାତ୍ର ଛାତ୍ରର ଉଦଣ୍ଡାମିକୁ ସୁଧାରିବା ପାଇଁ ଶିକ୍ଷୟତ୍ରୀଙ୍କ ପ୍ରୟାସକୁ ଭୁଲ ଅର୍ଥରେ ନେଇ ଅନର୍ଥ କରାଯାଇ ତାଙ୍କର ସମ୍ମାନହାନୀ ହୋଇଥିବା ଜଣାପଡିଥିଲା ।
ଉକ୍ତ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କ କହିବା କଥା ହେଲା ଶିକ୍ଷୟତ୍ରୀ ଜଣକ ଛାତ୍ରବତ୍ସଳ । ପିଲାଙ୍କୁ ବିଭିନ୍ନ ସମୟରେ ସେ ଗୀତ, ଗପ, ନାଚ ମାଧ୍ୟମରେ ଅତି ସୁନ୍ଦର ଭାବେ ପାଠ ପଢାନ୍ତି । ତେବେ ଉକ୍ତ ପ୍ରଥମ ଶ୍ରେଣୀର ଛାତ୍ର ବହୁ ଉଦଣ୍ଡ । ଅନେକ ସମୟରେ ଅନ୍ୟ ଛାତ୍ରଛାତ୍ରୀଙ୍କ ମାଡ ମାରିବା ସହ ବହୁ ଅସଭ୍ୟ ଭାଷାରେ ଗାଳୁ ଗୁଲଜ କରେ । ଏପରିକି ଅନେକ ଛାତ୍ରଙ୍କ ସାର୍ଟ ପ୍ୟାଣ୍ଟ ମଧ୍ୟ ଚିରିଦିଏ । ତାର ଏଭଳି ଉଦଣ୍ଡାମୀକୁ ସୁଧାରିବା ନିମନ୍ତେ ଶିକ୍ଷୟତ୍ରୀ ଜଣକ ଉକ୍ତ ଛାତ୍ରକୁ ସାମାନ୍ୟ ଭୟଭୀତ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ଉକ୍ତ ଛାତ୍ରର ପିତା ମାତା ମଧ୍ୟ ଅନୁଭୁ କରିଥିଲେ । ଏବଂ ଏ ନେଇ ସେମାନେ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟର ପିଟିଏ ମିଟିଂରେ କ୍ଷମା ମାଗିଥିବା ମଧ୍ୟ ଜଣାପଡିଛି । ତେବେ ପ୍ରକୃତ ସତ୍ୟ ଘଟଣା ନ ଜାଣି ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ଖବର ପ୍ରସାରଣକୁ ନିନ୍ଦା କରିଛନ୍ତି AICWC ର ରାଜ୍ୟ ଉପସଭାପତି କୁନା ଦିଗାଲ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା