ସାମ୍ବାଦିକଙ୍କ ମୌଳିକ ସମସ୍ୟା ଦିଗରେ ସ୍ୱର ଉଠାଇବ ବେଗୁନିଆପଡ଼ା ସାମ୍ବାଦିକ ସଂଘ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ସାମ୍ବାଦିକମାନଙ୍କୁ ନେଇ କୋଦଳା ହନୁମାନ ମନ୍ଦିର ପରିସରରେ ଏକ ସାମ୍ବାଦିକ ସଂଘ ଗଠିତ ହୋଇଯାଇଛି । ବୈଠକରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରାଯିବା ପରେ ବେଗୁନିଆପଡ଼ା ସାମ୍ବାଦିକ ସଂଘ ନାମରେ ଏହି ସଂଘ ଗଠିତ ହୋଇଛି । ନବଗଠିତ ସଂଘରେ ସର୍ବସମ୍ମତି କ୍ରମେ ବିଜୟ କୁମାର ନାୟକଙ୍କୁ ସଭାପତି, ପବିତ୍ର କୁମାର ରାଉତଙ୍କୁ ସଂପାଦକ, କୃଷ୍ଣ ଚନ୍ଦ୍ର ପଲେଇଙ୍କୁ ଉପ ସଭାପତି ଭାବେ ଚୟନ କରାଯାଇଛି । ଏହାସହ ସଂପାଦକ ଭାବେ ଦେବାଶିଷ ମହାରଣା ଓ କୋଷାଧ୍ୟକ୍ଷ ଭାବେ ଜୟ କୃଷ୍ଣ ମାଝୀଙ୍କୁ ମନୋନୀତ କରାଯାଇଛି । ଏତଦବ୍ୟତୀତ ଉପଦେଷ୍ଟା ଭାବେ ସୁଶାନ୍ତ କୁମାର ପଟ୍ଟନାୟକ, ଦେବେନ୍ଦ୍ର ମହାରଣା, ଗଣେଷ ଡାକୁଆ ଓ ଟୁକୁନା ପ୍ରଧାନଙ୍କୁ ଦାୟିତ୍ବ ମିଳିଛି । ଆଗାମୀ ଦିନରେ ସାମ୍ବାଦିକମାନଙ୍କ ସମସ୍ୟାକୁ ନେଇ ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।