ଓଡିଶା କଳା ସଂସ୍କୃତି

ଉତ୍ସବମୁଖର ପଶ୍ଚିମ ଓଡିଶା…

ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପାଖରେ ନିର୍ଦ୍ଧାରିତ ସମୟ ସକାଳ ୯ଟା୧୨ରୁ ୯ଟା୨୭ ମଧ୍ୟରେ ନବାନ୍ନ ଲାଗି ହୋଇଛି । ସେହିପରି ବଲାଙ୍ଗିରର ମାଆ ପାଟଣେଶ୍ୱରୀଙ୍କ ନିକଟରେ ମଧ୍ୟ ନିର୍ଦ୍ଧାରିତ ସମୟରେ ଲାଗି ହୋଇଛି ନବାନ୍ନ । ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇଛି । 

ଏହାସହ ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗାଯାଉଛି । ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠାତ୍ରୀ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯାଉଛି । ପ୍ରଥମ ଶସ୍ୟକୁ ଇଷ୍ଟ ଦେବୀଙ୍କ ନିକଟରେ ଅର୍ପଣ କରିବାର ପରମ୍ପରାକୁ କୁହାଯାଇଥାଏ ନୂଆଖାଁଇ । ମା’ ନିକଟରେ ଅର୍ପଣ କରାଯାଉଥିବା ଚାଉଳକୁ ପଶୁପକ୍ଷୀ ବି ଅଇଁଠା କରି ନ ଥାନ୍ତି । ତେଣୁ ଫସଲ ପାଚିବା ପୂର୍ବରୁ ବିଲରୁ ଅମଳ କରି ଆଣି ମା’ଙ୍କୁ ଅର୍ପଣ କରାଯାଇଥାଏ । ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବାର ବିଧି ରହିଛି । ଏହାପରେ ପରିବାରର ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବେ ।

ଏହି ଅବସରରେ ଘରେ ଘରେ ସମସ୍ତ ପରିବାର ସଦସ୍ୟ ନୂଆ ବସ୍ତ୍ର ପିନ୍ଧିଥାନ୍ତି । ନୂଆଁଖାଇ ସରିବା ପରେ ନିଜଠୁ ବଡ଼ ଲୋକଙ୍କୁ ଜୁହାର୍‌ ବା ଭେଟ୍‌ (ପ୍ରଣାମ) ହୋଇ ଆଶୀର୍ବାଦ ନେବାର ଏକ ସ୍ବତନ୍ତ୍ର ଓ ନିଆରା ପରମ୍ପରା ରହିଛି । ନୂଆଁଖାଇ ପାଳନ ନିମନ୍ତେ ଦେଶବିଦେଶରୁ ଲୋକେ ନିଜ ଘରକୁ ଛୁଟି ଆସିଥାନ୍ତି । ଏଥର ନୂଆଁଖାଇ ପରଦିନ ସ୍କୁଲ୍‌, କଲେଜ୍‌, ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା ହୋଇଥିବାରୁ ବହୁ ଲୋକ  ସେଦିନ ବୁଲାବୁଲି କରି ଉପଭୋଗ କରିବାକୁ ଯୋଜନା କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା