ଜଗତସିଂହପୁରରେ ଆରମ୍ଭ ହେଲା ସୁଭଦ୍ରା ସଚେତନତା ରଥ…

ଜଗତସିଂହପୁର (ଏଫ୍ଟୁଏସ୍/ ରୀତା ସାହୁ) : ଜଗତସିଂହପୁର ଜିଲାରେ ଆଜି ସୁଭଦ୍ରା ସଚେତନତା ରଥ ଉଦ୍ଘାଟିତ ହୋଇଯାଇଛି । ୪ ଟି ରଥ ଆଜିଠାରୁ ୧୦ ଦିନ ପର୍ୟ୍ୟନ୍ତ ଜିଲାର ୮ ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ପରିକ୍ରମା କରି ଲୋକଙ୍କୁ ସୁଭଦ୍ରା ଯୋଜନା ବାବଦରେ ସଚେତନ କରାଇବ । ଏହି ରଥକୁ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ. ସୋନାଲ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ରଥକୁ ଉଦଘାଟନ କରିଥିଲେ । ସୁଭଦ୍ରା ଯୋଜନାକୁ ନେଇ ଏବେ ସାରା ରାଜ୍ୟରେ ଲୋକଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହି ରଥ ମାଧ୍ୟମରେ ହିତାଧିକାରୀଙ୍କ ନିକଟରେ ଯୋଜନା ବାବଦରେ ସଠିକ ବାର୍ତ୍ତା ପହଞ୍ଚିପାରିବ ବୋଲି ମନ୍ତ୍ରୀ କହିଛନ୍ତି ।