ଓଡିଶା

ଓଡମାର ଗଣ, ଗଣତନ୍ତ୍ର ଓ ଗଣମାଧ୍ୟମ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନାଚକ୍ର…

ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ଚତୁର୍ଥ ବାର୍ଷିକ ସମ୍ମିଳନୀ ଉତ୍ସବ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ, ଦେଶ ତଥା ବିଦେଶରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ, ସମ୍ଭକାର, ରାଜନୈତିକ ସମୀକ୍ଷକ ଶ୍ରୀ ଶ୍ରୀରାମ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗଣ, ଗଣତନ୍ତ୍ର ଓ ଗଣମାଧ୍ୟମ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏଥିସହ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶ୍ରମିକ ନେତା ନବ କିଶୋର ମହାନ୍ତି, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ସୁଦୂର ଶ୍ରୀଲଙ୍କାରୁ ଅନିଲ ପେରେରା, ଉତ୍ତରାଖଣ୍ଡରୁ ଅରୁଣ ଶର୍ମା, ଆନ୍ଧ୍ରପ୍ରଦେଶରୁ ଜି. ସାନ୍ତାରାମ, ବିମଲ ଥମ୍ବ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ ।

ସଭାର ଦ୍ୱିତୀୟ ପର୍ଯ୍ୟାୟରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ପ୍ରାଧ୍ୟାପକ ଡ଼. ପ୍ରଫୁଲ୍ଲ କୁମାର ଜେନା ଯୋଗ ଦେଇ ଗଣମାଧ୍ୟମର ଅସ୍ତିତ୍ବ ବିଷୟରେ ଆଲୋଚନା କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା । ଏହି ଉତ୍ସବରେ ସମାଜସେବୀ ସୌମ୍ୟ ରଞ୍ଜନ ସାମଲ, ଇଂ. ପ୍ରଶାନ୍ତ ଆଚାର୍ଯ୍ୟ, ଓଡ଼ିଶୀ ନୃତ୍ୟ ଗୁରୁ ମନୋଜ ପ୍ରଧାନ, ଦୂରଦର୍ଶନ ସ୍ୱୀକୃତି ପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ ନନ୍ଦିତା ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ସଭାପତି ତୁଷାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା