ସେପ୍ଟେମ୍ବର ୨, ୯ ଏବଂ ୧୬ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଆସନ୍ତା ସେପ୍ଟେମ୍ବର ୨, ୯ ଏବଂ ୧୬ ତାରିଖ (ସମସ୍ତ ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସଂପ୍ରତି ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ବର ୨ ତାରିଖ, ନୂଆଖାଇ ପରିପ୍ରେକ୍ଷୀରେ ସେପ୍ଟେମ୍ବର ୯ ତାରିଖରେ ସ୍ୱତନ୍ତ୍ର ସରକାରୀ ଛୁଟି ଏବଂ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ସେପ୍ଟେମ୍ବର ୧୬ ତାରିଖରେ ସରକାରୀ ଛୁଟି ଥିବାରୁ ଉପରୋକ୍ତ ଦିବସମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ସମ୍ବାଦ ପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ତରଫରୁ କୁହାଯାଇଛି ।