ଓଡିଶା

ବାଲିକୁଦା ମହାବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ମହାବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା । ଏହାକୁ ନେଇ ଭାରତୀୟ ଜନତା ପାର୍ଟି ବାଲିକୁଦାର ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟସାରଥୀ ମହାନ୍ତି କଲେଜର ଅଧ୍ୟକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ ହେଁ କଲେଜ ପକ୍ଷରୁ କିଛି ପ୍ରତିକାର ହୋଇପାରିନଥିଲା । ଯାହାକୁ ନେଇ ସତ୍ୟସାରଥୀ ମହାନ୍ତି କଲେଜ ପରିସରକୁ ନିଜେ ସଫା କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । କଲେଜ ପରିସରରେ ପହଁଚି ଦୁଇଟି ଜେସିବି ଓ ୧୦ ଜଣ ଶ୍ରମିକଙ୍କୁ ନେଇ କଲେଜ କ୍ୟାମ୍ପସ ସଫା କରିଥିଲେ । ୫ଟି ଅଧୀନରେ କଲେଜରେ ଲକ୍ଷାଧିକ ଟଙ୍କା କାର୍ଯ୍ୟ ହୋଇଥିଲେ ହେଁ କଲେଜ କତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯୋଗୁଁ ଛାତ୍ରାଛାତ୍ରୀମାନେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିବାରୁ କଲେଜ ଅଧ୍ୟକ୍ଷଙ୍କୁ ଜବାବ ମାଗିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା