ଓଡିଶା

ଦୁର୍ଘଟଣାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : ଆଇଆରବି କ୍ୟାମ୍ପର ଏକ ଟ୍ରକ ଧକ୍କାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁନିସିପାଲଟି ଅଫିସ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ମୃତକ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ହେଲେ ସୁନିଲ କୁମାର ପଣ୍ଡା । ସକାଳୁ ନିଜର ବ୍ୟକ୍ତିଗତ କାମ ସାରି ସ୍କୁଟି ଯୋଗେ ଯାଉଥିବା ବେଳେ ତାଙ୍କୁ ଆଇଆରବି କ୍ୟାମ୍ପର ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଦୁର୍ଘଟଣା ଘଟାଇ ଡ୍ରାଇଭର ଟାଉନ ଥାନାରେ ଆତ୍ମସମର୍ପଣ କରିଥିଲେ । ସ୍ୱର୍ଗତ ସୁନିଲ କୁମାର ପଣ୍ଡା ଜଣେ ସରଳ, ମିଷ୍ଟଭାଷୀ, ଅମାୟିକ ମଣିଷ ହେଇଥିବାରୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ସ୍ୱର୍ଗତ ସୁନିଲ କୁମାର ପଣ୍ଡାଙ୍କ କାକା ତଥା ବରିଷ୍ଠ ବିଜେପି ନେତା ପ୍ରାଣ କିଶୋର ପଣ୍ଡା, ବିରଞ୍ଚି ନାରାୟଣ ପଣ୍ଡା, ରାମ ନାରାୟଣ ପଣ୍ଡା, ସାମ୍ବାଦିକ ରବି ନାରାୟଣ ଚଲାନ, ନିକୁଞ୍ଜ ଚଲାନ, ପ୍ରଦ୍ୟୁମ୍ନ ସାହୁ, ଗୋଦାବରୀଶ ପଣ୍ଡା, ଆଦିତ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶୋକ ବ୍ୟକ୍ତ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା