ଓଡିଶା

ମୋହନ ସରକାରକୁ ଦୋମୁହାଁ ସରକାର କହି ବର୍ଷିଲା ବିଜେଡି…

ବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ମୋହନ ସରକାର ନିର୍ବାଚନ ଇସ୍ତାହାର ଭୁଲି ଯାଇଛନ୍ତି । ବିଜେପି ସରକାରର କଥା ଗୋଟିଏ ଆଉ କାମ ଅଲଗା । ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଲଲିପପ ଦେଖାଉଛି ବିଜେପି । ଏହିଭଳି ଅଭିଯୋଗ କରି ମୋହନ ସରକାର ଉପରେ ବର୍ଷିଛି ବିଜେଡି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ବିଜେଡି ପକ୍ଷରୁ ଏ ନେଇ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କୁ ଉଦେଶ୍ୟରେ ପ୍ରଦାନ କରାଯାଇଛି । ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କର୍ମୀ ଏବଂ ଜନସାଧାରଣ ବିର ଜଗନ୍ନାଥପୁର ଶାସନସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମନ୍ଦିରଠାରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ବିଜେଡି ନେତା ବିଜେପି ଏକ ଯୁମୁଲା ସରକାର ଓ ଦୋମୁହାଁ ସରକାର କହି ରାଜ୍ୟ ସରକାର ଉପରେ ବର୍ଷଥିଲେ । ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ପ୍ରଦାନ କରିଥିଲେ । ସମସ୍ତ ବର୍ଗର ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ ପାଇଁ ଦାବିପତ୍ରରେ ଉଲେଖ ରହିଛି ।
ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ, ସରପଞ୍ଚ ଶିବ ଶଙ୍କର ବାରିକ, ସନ୍ତୋଷ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ପରିଡା, ଦଣ୍ଡୁ ପ୍ରଧାନଙ୍କ ସମେତ ଅନେକ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା