ଜିଲ୍ଲାରେ ପର୍ଯ୍ୟଟନ ଅଧିକାରୀ ପଦବୀ ପୂରଣ ହେବ କେବେ ?

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲାରେ ପର୍ଯ୍ୟଟନ ବିଭାଗର ଅଧିକାରୀ ପଦବୀ କେବେ ପୂରଣ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ । ଦୀର୍ଘ ବର୍ଷ ହେବ ଗଜପତିରେ ଏହି ପଦବୀ ପୂରଣ ହୋଇ ପାରୁନାହିଁ । ଗଜପତିରେ ପର୍ଯ୍ୟଟକଙ୍କ ଲାଗି ସୂଚନା ଦେବା ସହ ପର୍ଯ୍ୟଟନର ବିକାଶ ପାଇଁ ସ୍ଥାୟୀ ଅଧିକାରୀ ରହିବା କଥା । କିନ୍ତୁ ବିଡମ୍ବନାର ବିଷୟ ତାହା ଏଯାବତ୍ ପୂରଣ ହେଉ ନାହିଁ । ଯାହା ଫଳରେ ପର୍ଯ୍ୟଟନ ବିକାସରେ ଅସୁବିଧା ହେଉଥିବାର ଅଭିଯୋଗ ହେଉଛି । ବର୍ତ୍ତମାନ ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ଏହି ଦାୟିତ୍ୱ ନେଇଥିବା ଜଣାପଡିଛି । ଏହା ପୂର୍ବରୁ ଗଂଜାମର ଜଣେ ଅଧିକାରୀ ଉକ୍ତ ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲାର ପର୍ଯ୍ୟଟନର ବିକାଶଲାଗି ବର୍ତ୍ତମାନ ଜଣେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀଙ୍କ ନିଯୁକ୍ତି ପାଇଁ ଜିଲ୍ଲାବାସୀ ଦାବି କରିଛନ୍ତି । ତେଣୁ ଏ ଦିଗରେ ଧ୍ୟାନ ଦେଇ ରାଜ୍ୟର ନୂତନ ସରକାର ଜିଲ୍ଲାର ବିକାଶ ପାଇଁ ଜନସାଧାରଣଙ୍କ ଏହି ଦାବି ପୂରଣ କରିବେ ବୋଲି ଆଶା କରାଯାଉଛି ।