କେନାଲ ପାଣି ଯୋଗାଣରେ ଅବ୍ୟବସ୍ଥା, ସ୍ଥାୟୀ ସମାଧାନ ନ ହେଲେ ଅଫିସ ଘେରାଉ ଚେତାବନୀ…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : ଚିରସ୍ରୋତା ବହୁମୁଖୀ ଜଳ ପ୍ରପାତ ଉପର ଇନ୍ଦ୍ରାବତୀ ବାମକେନାଲ ବିଭାଗ ଲୋକଙ୍କୁ ଚାଷ ପାଇଁ ଜଳ ଯୋଗାଣ କରିବାର କାଗଜ ପତ୍ରରେ ଦର୍ଶାଇ ଥିବାବେଳେ ଏପଟେ କେନାଲ ପାଣି ନପାଇଁ ଚାଷୀ ଅସୁବିଧାର ସମ୍ଭୁଖିନ ହେଉଥିବା ଯୋଗୁଁ ମୁଖ୍ୟ ଯନ୍ତ୍ରୀଙ୍କଠାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ବାମକେନାଲ ଡିଭିଜନ କୁସୁମଖୁଣ୍ଟିରେ ଠିକାଦାର ପୋଷାନୀତି ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ପାଇକବାହାଳ ସବ ମାଇନର କେନାଲ ନିମ୍ନମାନର କାମଯୋଗୁଁ ଚାଷୀମାନେ ପାଣି ପାଇ ପାରୁନଥିବାରୁ ମୁଖ୍ୟ ଯନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛନ୍ତି । ଉକ୍ତ କେନାଲ କୁସୁମଖୁଣ୍ଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ ତୃପା କୁମାର ପାତ୍ରଙ୍କ ଅଧୀନରେ ଯାଉଥିବାରୁ ଚାଷୀଙ୍କ ଜଳ ଯୋଗାଣ ଅବ୍ୟବସ୍ଥାକୁ ନେଇ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ ଠିକାଦାର ନିଜ ଜୟପାଟଣା ଅଞ୍ଚଳର ଲୋକ ହୋଇଥିବାରୁ ଓ ମୋଟା ଅଙ୍କର ପିସି ପାଇଁ ଲୋକଙ୍କ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେଉନଥିବା ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । କେନାଲ ପାଣି ତଥା ଅନ୍ୟ ସମସ୍ୟା ନେଇ ଚାଷୀମାନେ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ କଲେ ଯନ୍ତ୍ରୀ ମହାଶୟ ଚାଷୀଙ୍କୁ ଅଶୋଭନୀୟ କଥା କହିବା ସହ ଏହିଟା ମୋର ଫୋନ ମତେ ଫୋନ କରିବାକୁ କିଏ ସାହସ ଦେଉଛି ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଛି । ବାରମ୍ବାର କୁସୁମୁଖୁଣ୍ଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ ତୃପା କୁମାର ପାତ୍ରଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ତଥା ଭିଜିଲାନ୍ସରେ ଅଭିଯୋଗ ହେଲା ପରେ ମଧ୍ୟ କେଉଁ ଏକ ଅଜଣା ଶକ୍ତି ତାଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡାଉଛି ତାହା ତଦନ୍ତ ସାକ୍ଷେପ । ହେଲେ ପାଇକାବାହାଲ ସବ ମାଇନର କେନାଲର ମରାମତି ଶୀଘ୍ର ନ ହେଲେ ମୁଖିଗୁଡ଼ା ସ୍ତିତ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅଫିସ ଘେରାଉ କରିବାକୁ ଚାଷୀ ମାନେ ଚେତାବନୀ ଦେଇଛନ୍ତି ।