ଓଡିଶା

ଓଡ଼ିଶାକୁ ଅଧିକ ପ୍ରକଳ୍ପ ମଂଜୁରୀ ପାଇଁ ନାବାର୍ଡକୁ ପରାମର୍ଶ…

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା
ଭୁବନେଶ୍ୱର, (ଏଫ୍ଟୁଏସ୍) :
୨୦୨୪ -୨୫ ଆର୍ଥିକ ବର୍ଷ ନିମନ୍ତେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ)ର ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଅଧିନରେ ରାଜ୍ୟରେ ୨୦୨୩-୨୪ ମସିହାରେ ଜଳ ସଂପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ପଂଚାୟତି ରାଜ ଓ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଆଦି ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା, ସଫଳତା ଓ କାର୍ଯ୍ୟ ଅଗ୍ରଗତି ଆଦି ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମୀକ୍ଷା କରିଥିଲେ । କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ତ୍ୱରାନ୍ୱିତ କରିବା ପରିପ୍ରେକ୍ଷୀରେ ସେ ସଂପୃକ୍ତ ସମସ୍ତ ବିଭାଗମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ମଧ୍ୟରେ ଜଳ ସଂପଦ ବିଭାଗ ଜରିଆରେ ବିଭିନ୍ନ ଜିଲ୍ଲାରେ ନଦୀଗୁଡ଼ିକରେ ତଟବନ୍ଧ ସୁରକ୍ଷାକାର୍ଯ୍ୟ ,ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ, ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା ପ୍ରକଳ୍ପ, ବୃହତ୍ ଉଠାଜଳସେଚନ ପ୍ରକଳ୍ପ (ମେଗାଲିଫ୍ଟ) କାର୍ଯ୍ୟ ଆଦି କରାଯାଇଥିବା ସଂପର୍କରେ ଉପସ୍ଥାପନ କରାଯାଇଥିଲା । ସେହିପରି ପୂର୍ତ୍ତ ବିଭାଗ ତରଫରୁ ହାଇଲେଭଲ ସେତୁନିର୍ମାଣ ଓ ରାସ୍ତା ଉନ୍ନତିକରଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ ସଂପର୍କରେ ବୈଠକରେ ଉପସ୍ଥାପନ କରାଯାଇଥିଲା । କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଜଳନିଧି ଯୋଜନାରେ ଜଳସେଚନ, ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଜରିଆରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଜରିଆରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ସଂପର୍କରେ ଉପସ୍ଥାପିତ ହୋଇଥିଲା । ବିଭିନ୍ନ ବିଭାଗ ଜରିଆରେ କରାଯାଇଥିବା ଆର.ଆଇ.ଡି.ଏଫ୍ ପାଣ୍ଠି ଅଧିନରେ୨୦୨୪-୨୫ ବର୍ଷ ପାଇଁ ବଜେଟରେ ପ୍ରାବଧାନ, କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ଅଦ୍ୟାବଧି ଖର୍ଚ୍ଚ ଆଧାରରେ ନାବାର୍ଡକୁ ଅଧିକ ଅର୍ଥ ମଞ୍ଜୁରି ପାଇଁ ପରାମର୍ଶ ଦିଆଯାଇଛି । ବୈଠକରେ କମିଟିର ସଦସ୍ୟ ଥିବା ସଂପୃକ୍ତ ଉପରୋକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ,ବରିଷ୍ଠ ପଦାଧିକାରୀ ଏବଂ ନାବାର୍ଡ,ଓଡ଼ିଶାର ମୁଖ୍ୟ ସାଧାରଣ ପରିଚାଳକ(ସିଜିଏମ) ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା