ଓଡିଶା

ଲୁଣା ନଦୀକୁ ଡେଇଁ ମହିଳା ନିଖୋଜ…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ଲୁଣା ନଦୀକୁ ଡେଇଁ ମହିଳା ନିଖୋଜ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ଫତେପୁର ଗାଁରେ । ଫତେପୁର ନିକଟ ଲୁଣା ନଦୀରେ ବାଲିଅପଦା ଗାଁର ପୁଷ୍ପାଞ୍ଜଳୀ ମଳିକ ନଦୀ ଗର୍ଭକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ସ୍ଥାନୀୟ ଲୋକ ତଥା ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଘରୋଇ ସଂସ୍ଥାରୁ ନେଇଥିବା ଋଣକୁ କେନ୍ଦ୍ରକରି ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଥିଲା । ଏହାକୁ ନେଇ ନିଖୋଜ ମହିଳାଙ୍କ ମାମୁଁ ଅଭିଯୋଗ କରିଛନ୍ତି । ଅପରପକ୍ଷେ ମାତ୍ର ଦୁଇ ହଜାର ଟଙ୍କାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ସାମାନ୍ୟ ମାନମାଳିନ୍ୟ ଥିଲା ବୋଲି କହିଛନ୍ତି ନିଖୋଜ ମହିଳାଙ୍କ ସ୍ୱାମୀ । ଏବେ ବି ମହିଳାଙ୍କୁ ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା