ଓଡିଶା

ବେସାହାରା ବିଶ୍ୱ… ଓଳିଏ ଖାଇଲେ ଓଳିଏ ଉପାସ, କିଏ ବୁଝିବ ଦୁଃଖ ?

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ପିଲାମାନଙ୍କ ହାତ ଧରି ଅନ୍ଧାରରୁ ଆଲୋକ ଆଡକୁ ବାଟ ଦେଖାନ୍ତି ବାପା-ମାଆ । ଆଉ ସେମାନଙ୍କର କୁନି ଭବିଷ୍ୟତକୁ ନିଜ ହାତରେ ଗଢି ଦିଅନ୍ତି । ଆଉ ଯେତେବେଳେ ସେଇ ଆତ୍ମସ୍ପର୍ଶୀ ହାତ କୁଆଡେ ଉଭେଇଯାଏ, ସେତେବେଳେ ପିଲାର ଭବିଷ୍ୟତ ମଧ୍ୟ ଅନ୍ଧକାର ଭିତରକୁ ଠେସି ହେଇଯାଏ । ଏହି କାହାଣୀ ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅସରଳା ପଞ୍ଚାୟତ ପୁଆଣିଆ ଗ୍ରାମର ବିଶ୍ୱ ରଂଜନ ପ୍ରଧାନଙ୍କର । ବୟସ ମାତ୍ର ୧୫ ବର୍ଷ । ତାଙ୍କୁ ଯେତେବେଳେ ୯ ବର୍ଷ ହୋଇଥିଲା, ସେତେବେଳେ ବାପା ଅଫେରା ରାଇଜକୁ ଚାଲିଗଲେ । ସ୍ୱାମୀକୁ ହରାଇବା ପରେ ସ୍ତ୍ରୀ ନିଜ ଜୀବନ ପାଇଁ ଆଉ କାହା ହାତ ଧରି ଚାଲିଗଲେ । ଆଉ ସମାଜରେ ଏକାକୀ ବଂଚିବା ପାଇଁ ଛାଡିଦେଇଗଲେ ସେଇ ୯ ବର୍ଷର ପୁଅକୁ । ଯେଉଁ ବୟସରେ ବିଶ୍ୱ ରଂଜନ ସାଙ୍ଗ ସାଥୀଙ୍କ ସହ ଖେଳକୁଦ କରି ପାଠ ପଢିବା କଥା, ସେହି ବୟସରେ ସେ ଶିଖିଯାଇଥିଲା ସଂଘର୍ଷ । ଭଗବାନଙ୍କୁ ଭରସା କରି ମୁଣ୍ଡଝାଳ ତୁଣ୍ଡରେ ମାରି ପେଟ ପାଇଁ ସଂଘର୍ଷ କରୁଥିଲା । ହେଲେ ଦଇବ ସେତକ ବି ସହିଲାନି ।

ଶିଶୁ ସୁରକ୍ଷା ଆଇନ କଡାକଡି ହେବା ପରେ ଯିଏ ସାହାରା ଦେଇଥିଲା ସିଏ ଏବେ ତାଙ୍କ ଦୋକାନକୁ ବିଶ୍ୱଙ୍କୁ ନ ଆସିବାକୁ ବାରଣ କରିଛନ୍ତି । ବିଶ୍ୱଙ୍କ ମୁଣ୍ଡ ଉପରୁ ଉଠିଯାଇଥିଲା ବାପାର ହାତ ସାଙ୍ଗକୁ ମାଆର ପଣତକାନି । ଏବେ ବୃଦ୍ଧ ଅଜା ତାଙ୍କର ସାହା ଭରସା । ଏଭଳି ସ୍ଥଳେ ଖାଇବେ କ’ଣ ଏବଂ କରିବେ କ’ଣ ତାକୁ ନେଇ ପ୍ରଶ୍ନ । ଭାପୁର ବ୍ଲକ କରଡାପଲ୍ଲୀ ଗ୍ରାମର ଅନ୍ତର୍ଯ୍ୟାମୀ ବରାଡ଼ ନାତି ବିଶ୍ୱରଂଜନକୁ ପାଖରେ ନେଇ ରଖିଥିଲେ । ଏବେ ଅନ୍ତର୍ଯ୍ୟାମୀ ବୃଦ୍ଧାଅବସ୍ଥାରେ ଥିବା ହେତୁ ସଂସାର ଚଳେଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ । ଦିନେ ଖାଇଲେ ଦୁଇ ଦିନ ଉପବାସ ରହିବାକୁ ପଡୁଛି । ସେପଟେ ବିଶ୍ୱରଂଜନଙ୍କ ନବମ ଶ୍ରେଣୀରୁ ପାଠପଢ଼ାରୁ ଡୋରି ବାନ୍ଧିଛି । ସରକାରୀ ସହାୟତା ନିମନ୍ତେ ଆକୁଳ ନିବେଦନ କରୁଛନ୍ତି ବିଶ୍ୱ । ଖବର ଜଣାପଡିବା ପରେ ବ୍ଲକ ପ୍ରଶାସନିକ ଅଧିକାରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ବିଶ୍ୱ ରଂଜନଙ୍କୁ ଆର୍ଥôକ ସହାୟତା ପ୍ରଦାନ କରିବା ସହ ରହିବା ପାଇଁ ଏକ ପକ୍କା ଘର ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା