ଓଡିଶା

ବିଦେଶରେ ଉଠିଲା ମଧୁବାବୁଙ୍କ ସ୍ୱର, ଭାରତ ରତ୍ନ ଦାବିରେ ଥାଇଲଣ୍ଡରେ ଦସ୍ତଖତ ଅଭିଯାନ…


ଭୁବନେଶ୍ୱର, (ଏଫ୍ଟୁଏସ୍) : ଜାତୀୟବାଦ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାଯୋଦ୍ଧା ଥିଲେ ବିଶ୍ୱମଣି ଗୋପବନ୍ଧୁ ଦାସ । ସେହିପରି ଓଡ଼ିଆଙ୍କ ଶିଳ୍ପ, କଳା ଭାଷ୍କର୍ଯ୍ୟ ଓ ଐତିହ୍ୟର ସ୍ୱାତନ୍ତ୍ର୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଧନିରୁ ଗରିବ ହୋଇଥିବା ବିଶ୍ୱ ଗୌରବ ମଧୁସୂଦନ ଦାସ ଭାଷାଭିର୍ତିକ ରାଜ୍ୟ ବା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣିଥିଲେ । ହେଲେ ଏହି ଦୁହିଁ ମହାପୁରୁଷଙ୍କୁ ଭାରତବର୍ଷରେ ମିଳିନି ଯଥୋଚିତ ସମ୍ମାନ । ମରୋଣତ୍ତର ଭାରତରତ୍ନ ପ୍ରଦାନ ସହିତ ଗୋପବନ୍ଧୁ ଓ ମଧୁବାବୁଙ୍କ ପ୍ରତିମୂର୍ତି ସଂସଦ ଭବନ ପରିସରରେ ସ୍ଥାପନା ଓ ଗୋପବନ୍ଧୁ ଓ ମଧୁସୂଦନ ନାମରେ ରେଳ ଗାଡି ଚଳାଇବା ପାଇଁ ଦାବି ଥମିନାହିଁ । ଏନେଇ ଅଲ ଓଡ଼ିଶା ଲୟର୍ସ ଫୋରମର ଏକ ପ୍ରତିନିଧି ମଣ୍ଡଳୀ ବିଦେଶରେ ଦସ୍ତଖତ ସଂଗ୍ରହ କରିଛି । ଥାଇଲଣ୍ଡର ବ୍ୟାଙ୍ଗ୍କକ୍ ସହରରେ ସେଠାରେ ଥିବା ଓଡ଼ିଆଙ୍କ ଦସ୍ତଖତ ସଂଗ୍ରହ କରିଛି । ଗୋପବନ୍ଧୁ ଓ ମଧୁବାବୁଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀ, ଦେଶର ପ୍ରଥମ ରାଷ୍ଟ୍ରପତି ବାବୁ ରାଜେନ୍ଦ୍ର ପ୍ରସାଦ, ଜନସଙ୍ଘ ତଥା ଏବେର ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଆଦି ବହୁ ବ୍ୟକ୍ତି କିପରି ଜାଣିଥିଲେ ଓ ସମ୍ମାନ ଦେଉଥିଲେ ସେ ସମ୍ପର୍କରେ ଆଲୋଚନା କରଯିବା ସହ ସ୍ୱାକ୍ଷର ସଂଗ୍ରହ କରାଯାଇଛି । ସେହିପରି ଓଡ଼ିଆ ଭାଷାର ବ୍ୟବହାର ବ୍ୟାପକ କରିବାକୁ ଆଲୋଚନା କରାଯାଇଥିଲା । ଫୋରମର ଆବାହକ ଡ. ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଡ଼ ଚିନ୍ମୟ ନନ୍ଦ ବଡ଼ଜେନା, ଅରୁଣ ପଟ୍ଟନାୟକ, ପ୍ରକାଶ ରଣା, ମାନସ ମଲିକ୍, ନବ ସାହୁ ସମେତ ବହୁ ବ୍ୟକ୍ତି ସାମିଲ ହୋଇଥିଲେ । ପ୍ରକାଶ ଥାଉକି, ମଧୁବାବୁଙ୍କୁ ଦେଶରେ ଯଥୋଚିତ ସମ୍ମାନ ପ୍ରଦାନ ଦାବିରେ ଏହା ପୂର୍ବରୁ ୨୦ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯିବା ସହ ଆଲୋଚନାଚକ୍ର କରାଯାଇ ମତ ନିଆଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା