ଓଡିଶା

ସ୍ୱର୍ଗତ କ୍ୟାମେରା ମ୍ୟାନ ଦୁଃଖୀ ଶ୍ୟାମ ପ୍ରଧାନଙ୍କୁ ମିଡ଼ିଆ ଫୋରମ୍ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସ୍ୱର୍ଗତ ବରିଷ୍ଠ କ୍ୟାମେରା ମ୍ୟାନ ଦୁଃଖୀ ଶ୍ୟାମ ପ୍ରଧାନଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି । ସର୍ବପ୍ରଥମେ ସମ୍ପାଦକ ଶିବ ବିଶ୍ୱାଳ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସଭାପତି ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ସଭା ପରିଚାଳନା କରିବା ପାଇଁ ଅନୁରୋଧ କରିଥିଲେ । ସଭାପତି ଅନୁରୋଧ କ୍ରମେ ସ୍ୱର୍ଗତ ଦୁଃଖୀ ଭାଇଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ଦୁଇ ମିନଟ ନୀରବ ପ୍ରାର୍ଥନା ପୂର୍ବକ ଫୋଟ ପ୍ରତିଛବିରେ ପୁଷ୍ପ ଓ ଧୂପ ପ୍ରଦାନ କରାଯାଇଥିଲା । ପରେ ସଂଘର ବରିଷ୍ଠ ଉପଦେଷ୍ଟା ତଥା ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ ଦୁଃଖୀ ଶ୍ୟାମଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ । ପୂର୍ବତନ ଚାଇଲ୍ଡ ଲାଇନ ସଦସ୍ୟ ଶିବ ବେହେରା ସ୍ୱର୍ଗତ ଦୁଃଖୀ ଭାଇ ଜଣେ ହସଖୁସି ମିଜାଜ ଓ ମେଳାପୀ ଥିଲେ, ସାନକୁ ଶ୍ରଦ୍ଧା ବଡ଼କୁ ସମ୍ମାନ ପ୍ରଦାନ କରୁଥିଲେ ବୋଲି କହିଥିଲେ । ତାଙ୍କ ସ୍ମୃତିରେ ସଦସ୍ୟମାନେ ନିଜ ନିଜର ଅଭିଜ୍ଞତା ସମ୍ୱନ୍ଧରେ କିଛି କିଛି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବ୍ରଜ ମୋହନ ନାୟକ, ବୈଦ୍ୟନାଥ ନାୟକ, ଶିବ ପ୍ରସାଦ ନାୟକ, ରଞ୍ଜନ ଦାସ, ପ୍ରଶାନ୍ତ ଜେନା, ଶିବ ରାମ ନାୟକ, ପ୍ରଶାନ୍ତ ପଣ୍ଡା, ରଞ୍ଜିତ କୁମାର ଦିଗାଲ, ସୁଧୀର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା