ଓଡିଶା

‘ଜୀବିକା ପାଇଁ ବିକେନ୍ଦ୍ରୀତ ଅକ୍ଷୟ ଉର୍ଜାର ସମନ୍ୱୟ ଓ ବ୍ୟବହାର’ ଦିଗରେ ଆଲୋଚନା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଭୁବନେଶ୍ୱରସ୍ଥିତ ଲାଇଫ ହୋଟେଲରେ UNDP, CEEW, CLEAN, GEAPP ଏବଂ ହର୍ଷା ଟ୍ରଷ୍ଟର ମଳିତି ଆନୁକୂଲ୍ୟରର ‘ଜୀବିକା ପାଇଁ ବିକେନ୍ଦ୍ରୀତ ଅକ୍ଷୟ ଉର୍ଜା (Decentralized Renewable Energy) ର ସମନ୍ୱୟ ଓ ବ୍ୟବହାର’ ପାଇଁ ଏକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଓଡିଶାରେ ଜୀବିକାର ବିକାଶ ପାଇଁ କାର୍ଯ୍ୟ କରୁଥିବା ବଭିିନ୍ନ ସରକାରୀ ବିଭାଗ, ସ୍ୱୟଂସେବୀ ସଂଗଠନ, ଶିକ୍ଷାନୁଷ୍ଠାନ, ଉଦ୍ୟୋଗୀ ସଂଗଠନ, ଅନୁସନ୍ଧାନ ଓ ବିକାଶ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିକା ପାଇଁ ଅକ୍ଷୟ ଉର୍ଜାର କିପରି ବ୍ୟବହାର ହେଉଛି, ତାହାର କ୍ଷମତା, ଦକ୍ଷତା ଓ ସମସ୍ୟା, ଏଥିପାଇଁ ଥିବା ବିଭିନ୍ନ ବିଭାଗୀୟ ଯୋଜନା, ମିଳତି ପ୍ରଚେଷ୍ଟାର ଅନୁଭବ ଓ ସମ୍ଭାବନା ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ବେହେରା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଉପ ନିଦେ୍ର୍ଦଶକ ଶ୍ରୀଯୁକ୍ତ ଦେବାନନ୍ଦ ଭଞ୍ଜ, OREDAର କାଯ୍ୟକର୍ତ୍ତା ଶ୍ରୀ ସୌମ୍ୟ ରଞ୍ଜନ ଆଇଚ ପ୍ରମଖୁ ଯୋଗ ଦେଇଥିଲେ ।
ଜୀବିକାର ବିକାଶ ପାଇଁ କାର୍ଯ୍ୟରତ ୨୦ ରୁ ଅଧିକ ବିଭାଗ ଓ ସଂଗଠନର ୭୦ ଜଣ ପ୍ରତିନିଧି ଯୋଗ ଦେଇ ଅକ୍ଷୟ ଉର୍ଜାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଜଳବାୟୁ ପରିବର୍ତ୍ତନ, ଜୀବାଶ୍ମ ଶକ୍ତି, ବିଦୁ୍ୟତ ଓ ପାରମ୍ପରିକ ଶକ୍ତିର ବିଭିନ୍ନ ସମସ୍ୟା ପରିପ୍ରେକ୍ଷୀରେ, ବିକେନ୍ଦ୍ରୀତ ଅକ୍ଷୟ ଉର୍ଜାର ବ୍ୟବହାର ପାଇଁ ଥିବା ଆବଶ୍ୟକତା ଓ ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା