ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାକାଶଇପେଯାଗ କେନ୍ଦ୍ରର ବିଭିନ୍ନ ଭୂମିକା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ସଚିବ ଶ୍ରାମତୀ ଚିତ୍ରା ଅରୁମୁଗମ ଚଳିତ ବର୍ଷର ଶୀର୍ଷକ ‘ଚନ୍ଦ୍ରକୁ ଛୁଇଁବାବେଳେ ଜୀବନକୁ ଛୁଇଁବା: ଭାରତର ମହାକାଶ ଗାଥା’ ଉପରେ ଆଲୋକପାତ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ, ଚନ୍ଦ୍ରଯାନ-୩ ମିଶନର ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ ଭାରତ ସରକାର ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ରୂପେ ଘୋଷଣା କରିଛନ୍ତି । ଏହି ମିଶନରେ ବିକ୍ରମ ଲ୍ୟାଣ୍ଡରର ନିରାପଦ ଏବଂ ସୂକ୍ଷ୍ମ ଅବତରଣ କରିବା ସହ ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ର ପୃଷ୍ଠରେ ପ୍ରଜ୍ଞାନ ରୋଭରକୁ ନିୟୋଜିତ କରିବାରେ ସଫଳ ହୋଇପାରିଥିଲା । ଏହି ଐତିହାସିତ ସଫଳତା ଭାରତ ମହାକାଶ ଯାତ୍ରା କରୁଥିବା ରଷ୍ଟ୍ରଗୁଡିକ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପ୍ରଦା କରିଛି । ଏହା ଭାରତକୁ ଚନ୍ଦ୍ରରେ ଅବତରଣ କରିବାରେ ଚତୁର୍ଥ ଦେଶ ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଂଚିବାରେ ପ୍ରଥମ ଦେଶ ହେବାର ଗୌରବ ହାସଲ କରିଛି । ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଯୁବପିଢୀଙ୍କୁ ସାମିଲ କରିବା ଏବଂ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଜୁଲାଇ ଏବଂ ଅଗଷ୍ଟ ୨୦୨୪ରେ ଏହି ସଫଳତା ସମଗ୍ର ଦେଶରେ ପାଳିତ ହେଉଛି । ଏହି ପରୁପ୍ରେକ୍ଷୀରେ ରାଜସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ଓଡିଶା ମହାକଶ ଉପଯୋଗ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ଆଇଆଇଟି, ଭୁବନେଶ୍ୱରର ସହକାରୀ ପ୍ରଫେସର ଡଃ ଦେବଦତ୍ତ ସ୍ୱାଇଁ ଯୋଗ ଦେଇ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପରିଶେଷରେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୋଫି ସାଇନିକା ଧନ୍ୟବାଦ ଅର୍ପଣ କରିଥିଲେ ।