ଓଡିଶା

ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାଦାନ ସଚେତନତା କାର୍ଯ୍ୟକ୍ରମ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କଲେଜ ଅଫ ଆଇଟି ଓ ମ୍ୟାନେଜମେଣ୍ଟ ଇଜୁକେଶନ ଠାରେ ଅନୁଷ୍ଠିତ ହୋଇଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ଗାରିମା ଓ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଜ୍ଞାନ ଆହୋରଣ ନିମନ୍ତେ ଓଡ଼ିଆ ଭାଷାରେ ଲିଖିତ ପାଠ୍ୟକ୍ରମ କିଭଳି ସରଳ ଓ ବୋଧଗମ୍ୟ ଏହା ଉପରେ ସେ ଉଲ୍ଲେଖ କରିଥିଲେ ।
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ କହିଲେ ଯେ ଓଡିଆ ଭାଷାରେ ପାଠ୍ୟପୁସ୍ତକ ବିଭିନ୍ନ ବୈଷୟିକ ମହାବିଦ୍ୟାଳୟକୁ ଯୋଗାଇ ଦେବା ନିମନ୍ତେ ବିପିୟୁଟି ସମସ୍ତ ସହଯୋଗ ଯାରି ରଖିବା ସହ ଆଲୋଚକ ଓ ଅନୁବାଦକ ମାନଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛି ।
ସେହିଭଳି ବିପିୟୁଟି ପୂର୍ବତନ କୁଳପତି ପ୍ରଫେସର ଓମକାର ନାଥ ମହାନ୍ତି, ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)କୁଳପତି ଡଃ ବିଭୁତି ଭୂଷଣ ବିଶ୍ୱାଳ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଦୃଷ୍ଟିରୁ ଏହା ସର୍ବଜନବିଦିତ ହୋଇପାରିବ ଏବଂ ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସ୍ତୁତି ଅତ୍ୟନ୍ତ ଉପାଦେୟ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିପିୟୁଟିର ଏକ ପୁସ୍ତିକା ଏବଂ ଜାତୀୟ ଶିକ୍ଷା ନୀତି -୨୦୨୦ ସଂକ୍ରାନ୍ତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅତିରିକ୍ତ ଶାସନ ସଚିବ ଶ୍ରୀ ତପନ କୁମାର ଶତପଥୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ବିପିୟୁଟି କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା