ଟ୍ରେଣ୍ଟିଂ ଦେଶ ବିଦେଶ

ଆଉ କେତେ ନିର୍ଭୟା, ଅଭୟା କ୍ରୂର ମାନସିକତାର ଶିକାର ହେବେ ?

ନିର୍ଭୟା ପରେ ପରେ ଅଭୟା । ଭୁଲ୍ କାହାର ? କାହିଁକି ଏ ଦେଶରେ ଜଣେ ନାରୀ ସୁରକ୍ଷିତ ନୁହେଁ ? ଆଉ କେତେ ନିର୍ଭୟା ନ୍ୟାୟ ପାଇଁ ଲମ୍ବା ପ୍ରତୀକ୍ଷା କରିବେ ? ଆଉ କେତେ ଅଭୟା ଏଭଳି ହିଂସାର ଶିକାର ହେବେ ? ସମ୍ବାଦର ଶିରୋନାମା ଖବର ପାଲଟିଗଲାଣି ନାରୀ ନିର୍ଯାତନା ଘଟଣା । ନିର୍ଭୟା-୧, ନିର୍ଭୟା-୨, ଅଭୟା-୧ ଆହୁରି ଅନେକ । କେବଳ ନାମ ବଦଳୁଛି । ଦେଶରେ ନାରୀ ନିର୍ଯାତନାର ପରିସ୍ଥିତି ନୁହେଁ । ଏଠାରେ କହି ରଖୁଛୁ ଯେ, ଆମ ଦେଶରେ ପ୍ରତି ଘଣ୍ଟାରେ ତିନି ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ସେଦିନ ନିର୍ଭୟାକୁ ଦୋଷ ଦିଆଯାଇଥିଲା । କୁହାଯାଇଥିଲା ସେ ଛୋଟ କପଡା ପିନ୍ଧିବା ସହିତ ବୟଫ୍ରେଣ୍ଡ ସହିତ ଥିଲେ । ହେଲେ ଡାକ୍ତର ମୌମିତ ଦେବନାଥଙ୍କ ଭୁଲ କଣ ଥିଲା ? ଦୀର୍ଘ ୩୬ ଘଣ୍ଟା ଧରି ରୋଗୀ ସେବା କରିବା ପରେ ଥକିଯାଇ ସାମାନ୍ୟ ଆଖି ଲାଗିଯାଇଥିଲା ତାଙ୍କର । ହଁ ଆଜ୍ଞା, ଦୀର୍ଘ ୩୬ ଘଣ୍ଟା ଧରି ଅନବରତ ଭାବେ ରୋଗୀ ସେବା କରିବା କଣ ତାଙ୍କର ଭୁଲ୍ । ଯେଉଁଠି ସେ ରୋଗୀଙ୍କ ଜୀବନ ବଞ୍ଚାଉଥିଲେ, ସେଠାରେ ତାଙ୍କ ଶରୀରକୁ ଖିନଭିନ୍ କରି ତାଙ୍କ ଜୀବନ ଦୀପକୁ ଲିଭାଇଦେଲା ଯୌନ ପିପାସୁ ରାକ୍ଷାସ । କୋଲକାତା ଆର ଜି ହସ୍ପଟାଲର ପିଜି ଡାକ୍ତର ମୌମିତାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲରେ ସମଗ୍ର ଦେଶକୁ ପୁଣି ସ୍ତବ୍ଧ କରିଛି । ଏହାରି ଭିତରେ କଂଗ୍ରେସ ସମର୍ଥିତ ମହିଳା ପୂଜା ତ୍ରିପାଠୀଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ସେତିକି ନୁହେଁ ପୂଜାଙ୍କ ଏଭଳି ବୟାନର ଭିଡିଓକୁ ସୋଶିଆଲ ମିଡିଆରେ ସେୟାର କରିଛନ୍ତି କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ।

ସେଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଜଣେ ନାବାଳକକୁ ମାନ୍ୟବର କୋର୍ଟ ମୁକ୍ତ କରିବା ପରେ ନିର୍ଭୟାଙ୍କ ମା କହିଥିଲେ, ଦେଶର କାନୁନ ଜିତିଗଲା । ମାତ୍ର ଜଣେ ମା ହାରିଗଲା । ସେହି ମା ଯିଏ ନିଜ ସନ୍ତାନକୁ ତିଳ ତିଳ କରି ମରିବା ଦେଖିଥିଲା । ଦୀର୍ଘ ୧୨ ବର୍ଷ ପରେ ଆମ ଦେଶର ସ୍ଥିତି ବଦଳିପାରିଲା ନାହିଁ । ଏଥିପାଇଁ ଦାୟୀ କିଏ ? ଆମ ଦେଶର ଆଇନ ବ୍ୟବସ୍ଥାରେ ବୋଧ ହୁଏ ନାରୀମାନଙ୍କ ସୁରକ୍ଷା ପାଇଁ ପ୍ରାବଧାନ ନଥିବା ପ୍ରତୀତ ହେଉଛି । ଏ ପ୍ରଶ୍ନ କିମ୍ବା ଅଭିମାନ ଜଣେ ନାରୀର । ଆଜି ବି ଆମ ଦେଶର ସରକାରଙ୍କ ପ୍ରଶ୍ନ ନାରୀ କେବେ ସ୍ବାଧୀନ ହେବ ? କେବେ ନିଜ ଜୀବନ ନିଜ ଅନୁସାରେ ବଞ୍ଚିବାର ପୂର୍ଣ୍ଣ କ୍ଷମତା ପାଇବା ?

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।