ଓଡିଶା ଦେଶ ବିଦେଶ

ଭାରତ ବନ୍ଦ । ତେଜୁଛି ସଂରକ୍ଷଣ ଦାବି । ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ବହୁ ଦଳୀୟ ସଂଗଠନ ସହିତ ରାଜନୈତିକଦଳ…

ଆଜି ଭାରତ ବନ୍ଦ । ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ଜନଜାତି (ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ବୁଧବାର (ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ) ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ୧୨ ଘଣ୍ଟିଆ ଏହି ବନ୍ଦ ଡାକରାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଯଥା ଭିମ୍ ଆର୍ମି, ନାସନାଲ କନଫେଡେରେସନ୍ ଅଫ୍ ଦଳିତ ଅର୍ଗନାଇଜେସନ୍, ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ, ଆଦିବାସୀ ଏକତା ପରିଷଦ ଓ ବିଭିନ୍ନ ଦଳି ସଂଗଠନ ଏହାକୁ ସମର୍ଥନ ଜଣାଇଛନ୍ତି । ବନ୍ଦ ପାଳନ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ବନ୍ଦ ପ୍ରଭାବ । ପିକେଟିଂ କରି ରାସ୍ତାକୁ ଓହ୍ଲାଇଲେଣି ଆନ୍ଦୋଳନକାରୀ ।

ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ବନ୍ଦ ବେଳେ ହସ୍ପିଟାଲ, ଆମ୍ବୁଲାନ୍ସ ସେବା, ସରକାରୀ ସେବା ଗୁଡ଼ିକ ଜାରି ରହିବ । ସରକାରୀ ସହ ଘରୋଇ ସଂସ୍ଥା, ବ୍ୟାଙ୍କ, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଖୋଲା ରହିପାରେ । ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏବଂ ଏଟିଏମ୍ ଗୁଡ଼ିକ ଖୋଲା ରହିବ ।

ଅପରପକ୍ଷେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ଅନ୍ୟ ପ୍ରମୁଖ ବିଭାଗର କର୍ମଚାରୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କିଛି ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଲୋକସଭା ଭବନର ସମ୍ମୁଖ ଗେଟ୍ ୧୦ଟା ୧୫ରେ ବନ୍ଦ ହେବ । ସମସ୍ତ ପାସ୍ ପଛ ଫାଟକ ଦେଇ ନିୟନ୍ତ୍ରିତ ହେବ । ରେଡ ବିଲଡିଂ ଓ ମେନ ଲୋକସେବା ଭବନ ବିଲଡିଂ ମଧ୍ୟରେ ସଂଯୋଗ ଗେଟ ଖୋଲା ରହିବ । ପରିଚୟ କାର୍ଡ, କର୍ମଚାରୀ ଏବଂ ପରିଦର୍ଶକ ପାସର ସୁରକ୍ଷା ଯାଞ୍ଚକୁ କଡାକଡି କରାଯାଇଛି ।

ଏହାର ପ୍ରଭାବରେ ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଥିଲେ ଆନ୍ଦୋଳନକାରୀ । ପାଖାପାଖି ଏକ ଘଣ୍ଟା ଟ୍ରେନ୍ ଅଟକିବା ପରେ ଟ୍ରେନ୍ ଛାଡିଥିଲା । ସେହିପରି କଟକ ବସଷ୍ଟାଣ୍ଡରୁ ବସ୍ ଗଡୁନି । ଏହାସହ ବଲାଙ୍ଗୀର, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ସୁବର୍ଣ୍ଣପୁର, ଯାଜପୁର ଓ ଅନୁଗୁଳ ଆଦି ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରି ଆନ୍ଦୋଳନ ଚଳାଇଛନ୍ତି ।

ସଂରକ୍ଷଣ ବଂଚାଓ କମିଟି ପକ୍ଷରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସୂଚିତବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ ଓ ଅଧିକ ସଂଖ୍ୟକ ସାଧାରଣବର୍ଗର ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେବେ । ସୁପ୍ରିମକୋର୍ଟ ଏସ୍‌ସି, ଏସ୍‌ଟିଙ୍କ ସ୍ଥିତିର ଠିକ୍‌ ଆକଳନ ନ କରି ଏବଂ ଏହି ବର୍ଗର ସୁରକ୍ଷା ନିମନ୍ତେ ରହିଥିବା ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନ କରି ଦେଇଥିବା ରାୟର ପୁନର୍ବିଚାର ପାଇଁ ଦାବି କରାଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା