ବଜାରକୁ ଆସିଲା ଜେଲିଓର ସ୍ପିଡି ଇ-ବାଇକ ମିଷ୍ଟ୍ରି…

୭୮ ତମ ସ୍ୱାଧିନତା ଦିବସ ଉପଲକ୍ଷେ ଭାରତର ଅଗ୍ରଣୀ ଇ-ବାଇକ ନିର୍ମାତା କମ୍ପାନୀ ଜେଲିଓ ତାର ନୂତନ ମଡେଲ ହାଇସ୍ପିଡି ତଥା ଅଧିକ ମାଇଲେଜ ବିଶିଷ୍ଟ ଇ-ବାଇକ ମିଷ୍ଟ୍ରି ବଜାର ପ୍ରବେଶ କରାଇଛି । ଚନ୍ଦ୍ରଶେଖରପୁରର ନାଲକୋ ଛକ ନିକଟରେ ଥିବା ଏକ ତାରକା ହୋଟେଲରେ ଏହାର ଉଦଘାଟନ ଉତ୍ସବ ଏବଂ ଡିଲର ସମ୍ମିଳନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜେଲିଓ କମ୍ପାନୀର ମୁଖ୍ୟ କୁନାଲ ଆର୍ଯ୍ୟ, ମାର୍କେଟିଙ୍ଗ ମୁଖ୍ୟ ଜିତେନ୍ଦ୍ର ମଲ୍ଲିକ ଓ ଜିତେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଇ-ବାଇକ କୁ ଉଦଘାଟନ କରିଥିଲେ । କମ୍ପାନୀ ମୁଖ୍ୟ କୁନାଲ ଆର୍ଯ୍ୟ କହିଥିଲେ ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଜେଲିଓର ସମସ୍ତ ବ୍ରାଣ୍ଡ ନିର୍ମିତ ହୋଇଛି । ଏହା ସମସ୍ତ ବର୍ଗର ପରିବାର ପାଇଁ ଭଲ ଉପକରଣ ହୋଇପାରିବ । ସେ ଦେଶବାସୀଙ୍କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସମସ୍ତେ ଇ-ବାଇକ ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥିଲେ । ମାର୍କେଟିଙ୍ଗ ମୂଖ୍ୟ ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ ଜେଲିଓର ଏହି ବ୍ରାଣ୍ଡ ଯୁବବର୍ଗଙ୍କୁ ବେଶ୍ ଆକୃଷ୍ଟ କରିବ । ଏହା ଅଧିକ ସ୍ପିଡି ଚାଲିବା ସହିତ ୧୨୦ ମାଇଲେଜ ଦେବ । ଏହାର ବଜାର ମୂଲ୍ୟ ୭୯ ହଜାର ୯୯୯ ରହିଛି । ଯାହା ସମସ୍ତ ବର୍ଗର ଲୋକମାନଙ୍କୁ ସୁହାଇବ । ଜେଲିଓର ବିଭିନ୍ନ ପ୍ରକାରର ୧୨ଟି ବ୍ରାଣ୍ଡ ରହିଛି । ୪୯ ହଜାର ୯୦୦ ଟଙ୍କାରୁ ଗାଡ଼ିର ମୂଲ୍ୟ ଆରମ୍ଭ ହେଉଛି । ଏହି ଅବସରରେ ଅନୁଷ୍ଠିତ ଡିଲର ସମ୍ମିଳନୀରେ କମ୍ପାନୀ ମୁଖ୍ୟ ଜେଲିଓର ନିର୍ମାଣ ଶୈଳୀ, ଶକ୍ତତା, ବିଭିନ୍ନ ଫିଚର, ବ୍ୟାଟେରୀ ଓ ବଜାର ମୂଲ୍ୟ ସମ୍ବନ୍ଧରେ ବୁଝାଇଥିଲେ । ଜିତେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।