ଓଡିଶା

ଓଡିଶାରେ ସ୍ଲିପର ସେଲ୍ ଆକ୍ଟିଭ୍ !

ଲମ୍ବିଛି ସିମ୍ ବକ୍ସର ବୁଢୀଆଣି ଜାଲ । ପ୍ରଥମେ ଭୁବନେଶ୍ବର । ଆଉ ଏବେ କଟକ । ଆଶଙ୍କା ପୁରା ରାଜ୍ୟ ତଥା ସମଗ୍ର ଦେଶରେ ଲମ୍ବିଛି ଏହି ଲିଙ୍କ୍ । ଖାଲି ରାଜୁ ମଣ୍ଡଳ ନୁହେଁ, ଏହି ସ୍କାନରରେ ଥାଇପାରନ୍ତି ଅନେକ ସ୍ଲିପର ସେଲ୍ । ପୁଲିସ୍ ତଦନ୍ତ ବେଳେ ଘଟଣାରେ ଆଉ ଏକ ନାମ ରହିଛି । ଅସଦୁର୍ ଜମାନ । ବର୍ତ୍ତମାନ ସୁଦ୍ଧା ବାଂଲାଦେଶୀ ନାଗରିକ ଅସଦୁର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । ତେବେ ପ୍ରକୃତ ମାଷ୍ଟରମାଇଣ୍ଡ କିଏ ଏବଂ ସେମାନଙ୍କର ଆଗାମୀ ଗୋଟି ଚାଳାନା କଣ ରହିଛି ସେ ଦିଗରେ ତଦନ୍ତ ଜାରି ରହିଛି ।

ଭୁବନେଶ୍ବରରେ ସିମ୍ ବକ୍ସ କାରବାର ଖୋଳତାଡ଼ ସମୟରେ କଟକ ଲିଙ୍କ୍ ମିଳିଛି । ମଧୁପାଟଣାର ରାଜେନ୍ଦ୍ରନଗର ଅଞ୍ଚଳରେ ଗୋଟିଏ ଭଡ଼ା ଘରୁ ୫ଟି ସିମ୍ ବକ୍ସ, ୨୩୬ ସକ୍ରିୟ ସିମ୍ କାର୍ଡ, ୩୧୦ଟି ନିଷ୍କ୍ରିୟ ସିମ୍ କାର୍ଡ, ୪୦ ସିମ୍ କ୍ୟାରିୟର, ଗୋଟିଏ ମୋଡେମ୍, ୨ଟି ରାଉଟର୍, ଏକ୍ସଟେନ୍‌ସନ୍ କେବୁଲ, ଏୟାରଟେଲ୍ ବ୍ରଡବ୍ୟାଣ୍ଡ୍‌ ସମେତ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣ ମଧୁପାଟଣା ଥାନା ପୁଲିସ ସହାୟତାରେ ଭୁବନେଶ୍ବର ପୁଲିସ ଜବତ କରିଛି । କପଡ଼ା ବ୍ୟବସାୟ କରିବାକୁ ଘର ମାଲିକଙ୍କୁ କହି ରାଜୁ ମଣ୍ଡଳ ଘରଭଡ଼ା ନେଇଥିଲା ।

ଗତ ଅଗଷ୍ଟ ୧୬ ତାରିଖରେ କମିସନରେଟ୍ ପୁଲିସ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମହାଦେବନଗର ଅଞ୍ଚଳରେ ଥିବା ଏକ ଆବାସିକ ଘରୁ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ରାଜୁ ମଣ୍ଡଳକୁ ଗିରଫ କରିଥିଲା । ତା’ ନିକଟରୁ ୭ଟି ସିମ୍ ବକ୍ସ, ୧ ହଜାର ସିମ୍, ୩ଟି ରାଉଟର୍, ଲାପ୍‌ଟପ୍‌ ଇତ୍ୟାଦି ଜବତ ହୋଇଥିଲା । ତେବେ ତାକୁ ପୁଲିସ ପଚରାଉଚରା କରିବା ପରେ ସେ ରାଜେନ୍ଦ୍ରନଗର ଲିଙ୍କ୍ ସମ୍ପର୍କରେ ସୂଚନା ଦେଇଥିଲା ।

ତଦନ୍ତରେ ଜଣାପଡିଛି ଯେ, ବାଂଲାଦେଶୀ ନାଗରିକ ଅସଦୁର୍‌ ଜମାନ୍ ୨୦୨୩ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା । ଡିସେମ୍ବର ୨୪ରେ ପଶ୍ଚିମବଙ୍ଗ ଦେଇ ସେ ବାଂଲାଦେଶ ଫେରିଥିଲା । ଏହି ଅବଧି ମଧ୍ୟରେ ଅସଦୁର୍ ଭୁବନେଶ୍ୱରରେ ରାଜୁ ସହିତ ଲିଙ୍ଗରାଜ ହୋଟେଲରେ ରହିଥିଲା ।

ରାଜଧାନୀରୁ ସିମ୍‌ ବକ୍ସ ଜବତ ଘଟଣାରେ କମିସନରେଟ୍‌ ପୁଲିସ ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫ଦିନିଆ ରିମାଣ୍ଡରେ ଆଣିଛି । ପ୍ରଥମ ଦିନରେ ତାକୁ ଓଡ଼ିଶା ସମେତ ଭାରତରେ ତା’ର ନେଟ୍‌ୱର୍କ ନେଇ ପୁଲିସ ମାରାଥନ ଜେରା କରିଛି । ସେ କେଉଁଠି ଏଜେଣ୍ଟ ରଖିଥିଲା ? କେତେ ଯୁବକଙ୍କୁ ଏଥିରେ ସାମିଲ୍‌ କରିଛି ? ତା’ ପାଇଁ ବିଭିନ୍ନ ରାଜ୍ୟରେ କେଉଁମାନେ କାମ କରୁଛନ୍ତି ? କାହାକୁ କେତେ ଟଙ୍କା ଦେଇଛି ? ହାୱଲାରେ କେତେ ଟଙ୍କା ଆଣିଛି ? ଏ ସମସ୍ତ ଦିଗକୁ ନେଇ ଜେରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି ପୁଲିସ୍ । ପୁଲିସ ତା’ର ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଠାବ କରିଛି, ଯେଉଁଥିରେ ସନ୍ଦେହଜନକ ଆର୍ଥିକ କାରବାର ହୋଇଛି । ଫୋନ୍‌ ପେ’ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଥିବାରୁ ସେ ସବୁର ଯାଞ୍ଚ ପାଇଁ ପୁଲିସ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ଚିଠି କରିବ ବୋଲି ଜଣାପଡ଼ିଛି । ସେହିପରି ସେ ଅନେକ ଯୁବକଙ୍କ ସହ ସୋସିଆଲ୍‌ ମିଡିଆରେ ଯୋଡ଼ି ହୋଇ ସିମ୍‌ ବକ୍ସ ରାକେଟରେ ସାମିଲ୍‌ କରିଥିଲା । ସେଥରୁ ତଥ୍ୟ ହାତେଇବା ପାଇଁ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି ।

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା ପରେ ପରେ ଓଡିଶାରୁ ବାଂଲାଦେଶୀ ନାଗରିକ ଆସଦୁର୍ ଜମାନ ଲିଙ୍କ ଘଟଣା ଏକ ବଡ ଧରଣର ଭିତିରି ସମ୍ପର୍କର ଲିଙ୍କ ତିଆରି କରିଛି । ରାଜୁ ମଣ୍ଡଳ ସହିତ ଆଉ କେତେଜଣ ସ୍ଲିପର ସେଲ୍ ଏଥିରେ ସାମିଲ ହୋଇଛନ୍ତି ତାଙ୍କୁ ଖୋଜି ବୂାହାର କରିବା ପୁଲିସ୍ ତଥା ଗୁଇନ୍ଦା ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା