ଏଲିଗେଣ୍ଟ ଟିଏମ୍ଟି ତରଫରୁ କାଉଡିଆ ଭକ୍ତଙ୍କ ପାଇଁ ଜଳଦାନ ଶିବିର…

ପାଳିତ ହୋଇଯାଇଛି ପବିତ୍ର ଶ୍ରାବଣ ମାସର ଅନ୍ତିମ ସୋମବାର । ଶେଷ ସୋମବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁ ମହାଦେବଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ସୁଅ ଛୁଟିଛି ବାବା ଚନ୍ଦନେଶ୍ୱରଙ୍କ ପୀଠକୁ । ଶ୍ରାବଣ ଶେଷ ସୋମବାରରେ ବାବାଙ୍କୁ ଦର୍ଶନ କରି ଭକ୍ତ ସେମାନଙ୍କ ମନବାଂଛା ପୂର୍ତ୍ତି ପାଇଁ ମାନସିକ କରନ୍ତି । ଏହି ଅବସରରେ କାଉଡିଆ ଭକ୍ତଙ୍କ ପାଇଁ ଚନ୍ଦନେଶ୍ୱର ଓ ସୁଗୋଠାରେ ଏଲିଗେଣ୍ଟ ଟିଏମ୍ଟି ପକ୍ଷରୁ ଜଳଦାନ ଶିବିର ଖୋଲାଯାଇଥିଲା । ଏହା ସହିତ ଭକ୍ତଙ୍କୁ ଫଳ ଏବଂ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏଲିଗେଣ୍ଟ ଟିଏମ୍ଟି ତରଫରୁ ଦିନରେ କାଉଡିଆ ଭକ୍ତଙ୍କ ଲାଗି ସୁଗୋଠାରେ ଘୋଳଦହି ବଣ୍ଟନ କରାଯାଇଥିଲା । ଏବଂ ଚନ୍ଦନେଶ୍ୱର ନିକଟରେ ରାତିରେ ଜଳଦାନ ସହିତ ସିଝା ବୁଟ, ଫଳ ଏବଂ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏଲିଗେଣ୍ଟର ଡିଲର ତଥା ରିଟେଲରମାନଙ୍କ ସହଭାଗିତାରେ ଏହି କାର୍ଯ୍ୟକ୍ରମକୁ ସୁବ୍ୟସ୍ଥିତ ଭାବେ ପରିଚାଳନା କରାଯାଇଥିଲା ।

କମ୍ପାନୀ ପକ୍ଷରୁ ଆସିଷ୍ଟାଣ୍ଟ ସେଲ୍ସ ମ୍ୟାନେଜର ବିଶ୍ୱଜିତ୍ ଦେ, ସେଲ୍ସ ଅଫିସର ଅମିତ୍ କୁମାର ଦାସ, ସୁମନ ମାଇତି, ଜୁନିୟର ଏକଜ୍ୟୁକେଟିଭ ଅଫିସର ଅନୁପ୍ ଡାନି, ବୈଷୟିକ କର୍ମଚାରୀ ଭାବରେ ସୌରଭ ଜାନା, ଆଶିଷ ପ୍ରଧାନ ଓ ସୁବାଷ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ପ୍ରତିବର୍ଷ କାଉଡିଆ ଭକ୍ତଙ୍କ ପାଇଁ ଏଲିଗେଣ୍ଟ ଟିଏମ୍ଟି ତରଫରୁ ଏହି କାର୍ଯ୍ୟକ୍ରମ ହୋଇଆସୁଛି । ତେବେ ଆଗାମୀ ଦିନରେ ଏହାକୁ ବ୍ୟାପକ ଭାବେ ଆୟୋଜନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।