ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ସାଧାରଣ ବୈଠକ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟର ସଭା ଗୃହରେ ପୌରଧ୍ୟକ୍ଷା ନିର୍ମଳା ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଆଦର୍ଶ ଦାସ, ପୌରପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ । ବିଭିନ୍ନ ୱାର୍ଡÿର କାଉନସିଲର ପ୍ରମୁଖ ଉପସ୍ଥିତ ରହି ବୈଠକରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ପରେ ପ୍ରସ୍ତାବ ଅନୁଯାଇ ଆଲୋଚନା କରାଯାଇଥିଲା । ପୌର ପରିଷଦରେ ଥିବା ଦୈନିକ ବଜାର, ଦୁଇ ଚକିଆ ବାହନ ଏବଂ ନୂତନ ବସଷ୍ଟାଣ୍ଡରେ ବସ ପାର୍କିଂର ୨୦୨୩-୨୪ ବର୍ଷର ଟେଣ୍ଡର ପାଇଥିବା ଠିକାଦାର ମାନଙ୍କର ସମୟ ସୀମା ବୃଦ୍ଧି ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି ହୋଇଥିଲା । ଏହା ସହ ପାରଳାଖେମୁଣ୍ଡି ପୌର ପରିଷଦରେ କାର୍ଯ୍ୟରତ ଲାଇନମ୍ୟାନ୍ ଏବଂ ହେଲପରଙ୍କ କାର୍ଯ୍ୟର ସମୟ ସୀମା ବର୍ଦ୍ଧିତ କରିବା, ନୂତନ ବସଷ୍ଟାଣ୍ଡରେ ଥିବା ଉପର ମହଲାର ଦୋକାନ ଗୃହ, ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ୱାୟତ୍ତ ଶାସନ ଦିବସ ପାଳନ କରିବା ନିମନ୍ତେ ପରିଷଦରେ ଆଲୋଚନା ସହ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌର ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।