ଓଡିଶା

ସକାଳେ ଶଙ୍ଖ ଛାଡିଲେ, ଏବେ ଫୁଲ ଧରିଲେ ଭୁବନେଶ୍ବର କର୍ପୋରେଟର

ସକାଳେ ବିଜେଡି ଛାଡ଼ିଲେ କର୍ପୋରଟର । ଆଉ ଏବେ ବିଜେପି ଶିବିରେ ବିଧିବଦ୍ଧ ଭାବେ ଫୁଲ ଧରିଛନ୍ତି ଭୁବନେଶ୍ୱର ୩୭ ନମ୍ୱର ୱାର୍ଡର କର୍ପୋରେଟର ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ଅର୍ଜୁନ ବେହେରା । ଶୁକ୍ରବାର ସକାଳେ ବନ୍ଦିତା ଏବଂ ତାଙ୍କ ସ୍ବାମୀ ବିଜେଡିରୁ ଇସ୍ତଫା ଦେଇଥିଲେ । ଭାଜପା ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ୍‌ ହୋଇଛନ୍ତି । ସ୍ୱାଧୀନ ଭାବେ ବିଜୟୀ ହେବା ପରେ ବିଜେଡିରେ ସାମିଲ ହୋଇଥିଲେ ବନ୍ଦିତା । ଆଜି ରାଜନୈତିକ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ ବନ୍ଦିତା ପାଲ । ବିଜେପିରେ ଯୋଗ ଦେବାକ୍ଷଣେ ସିଧାସଳଖ ଭାବେ ଟାର୍ଗେଟ୍ କରିଛନ୍ତି ବିଧାୟକ ଅନନ୍ତ ଜେନାଙ୍କୁ । ବିଜେଡିରେ ତାଙ୍କୁ ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ମିଳୁନଥିବା ସେ କହିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା