ଓଡିଶା

ଭତ୍ତା ନ ପାଇ ରାସ୍ତା ଅବରୋଧ କଲେ ବୃଦ୍ଧବୃଦ୍ଧା ସେପଟେ ପଞ୍ଚାୟତରେ ତାଲା ପକାଇ ଛୁ ମାରିଲେ ପିଇଓ ଏବଂ ସରପଞ୍ଚ…

କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିପଡ଼ା ପଞ୍ଚାୟତ ସମ୍ମୁଖରେ ଅସହାୟ ବୃଦ୍ଧବୃଦ୍ଧା ଫୁଲବାଣୀରୁ ଭୁବନେଶ୍ୱର ଯାଇଥିବା ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଭତ୍ତା ନ ପାଇବାକୁ ବିରୋଧ କରି ବୃଦ୍ଧାବୃଦ୍ଧା ଏହି ରାସ୍ତାରୋକ କରିଥିଲେ । ସେପଟେ ଘଟଣା ବିଷୟରେ ଜାଣି ପଞ୍ଚାୟତ ଅଫିସରେ ତାଲା ପକାଇ ପିଇଓ ଏବଂ ସରପଞ୍ଚ କୁଆଡେ ପଳାଇଯାଇଥିଲେ । ଯାହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ସୂଚନା ଅନୁସାରେ, ନୂତନ ସରକାର ଭତ୍ତା ବୃଦ୍ଧି କରିବା ପାଇଁ ନିର୍ବାଚନ ପୂର୍ବରୁ ଯେଉଁ ଡିଣ୍ଡିମ ପିଟିଥିଲେ, ସରକାର ଗଠନ ପରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହାକୁ ସାଧାରଣରେ ନିନ୍ଦା କରାଯାଉଛି । ନୂତନ ସରକାର ଏହାର ତୁରନ୍ତ ସମାଧାନ କରି ଭତ୍ତା ବୃଦ୍ଧି କରନ୍ତୁ ବୋଲି ମତ ରଖିଛନ୍ତି ବୃଦ୍ଧାବୃଦ୍ଧା l ଖବର ପାଇ ଧାରଣା ସ୍ଥଳରେ ଖଜୁରୀପଡ଼ା ଥାନା ପୁଲିସ୍ ସହ ଫୁଲବାଣୀ ଉପଜିଲ୍ଲା, ଅତିରିକ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରିଣୀ, ଖଜୁରୀପଡ଼ା ଗୋଷ୍ଠୀ ଉନୟନ ଅଧିକାରୀ, ଖଜୁରିପଡ଼ା ବ୍ଲକ୍ ସମାଜ ସୁରକ୍ଷା ଅଧିକାରୀ, ଖଜୁରୀପଡ଼ା ତହସିଲଦାର ପହଁଚି ବୃଦ୍ଧବୃଦ୍ଧାଙ୍କୁ ବୁଝାସୁଝା କରିବା ସହ ଭତ୍ତା ପ୍ରଦାନ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା