ଦେଶ ବିଦେଶ

ଦୀର୍ଘ ୧୦ ବର୍ଷ ପରେ ଭୋଟ ଦେବେ ଜାମ୍ମୁ-କାଶ୍ମୀରବାସୀ ସେପଟେ ହରିୟାଣାର ବିଧାନସଭା ପାଇଁ ହେବ ମତଦାନ…

ଜାମ୍ମୁକାଶ୍ମୀର ଓ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ତାରିଖ ଘୋଷଣା କରିଛନ୍ତି । ତେବେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଜାମ୍ମୁକାଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଅକ୍ଟୋବର ୪ରେ ଉଭୟ ରାଜ୍ୟର ଭୋଟ୍ ଗଣତି ହୋଇ ଫଳାଫଳ ଘୋଷଣା ହେବ ।

ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବ । ସେହିପରି ହରିୟାଣାରେ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ କରାଯିବ ।

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଜମ୍ମୁ-କଶ୍ମୀରରେ ୯୦ଟି ବିଧାନସଭା ଆସନ ଅଛି । ଏହା ମଧ୍ୟରୁ ଜାମ୍ମୁର ୪୩ ଏବଂ କାଶ୍ମୀରର ଏବେ ୪୭ ବିଧାୟକ ରହିବେ । ଏହାସହ ପିଓକେ ପାଇଁ ମଧ୍ୟ ୨୪ଟି ସିଟ୍ ରିଜର୍ଭ ରଖାଯାଇଛି, ହେଲେ ସେଠାରେ ନିର୍ବାଚନ ହେବ ନାହିଁ । ଅନ୍ୟପଟେ ହରିୟାଣାର ୯୦ଟି ସିଟରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ।  ଏଥର ୨.୦୧ କୋଟି ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧.୦୬ କୋଟି ପୁରୁଷ ଭୋଟର ଥିବା ବେଳେ ୦.୯୫ କୋଟି ମହିଳା ଭୋଟର ଅଛନ୍ତି । ୨୦ରୁ ୨୯ ବର୍ଷ ଭିତରେ ସେଠାରେ ୪୦.୯୫ ଲକ୍ଷ ଭୋଟର ଅଛନ୍ତି । ସେହିପରି ଏଥର ପ୍ରଥମ ଥର ପାଇଁ ମତ ସାବ୍ୟସ୍ତ କରିବେ ୪.୫୨ ଲକ୍ଷ ଭୋଟର । ସେମାନଙ୍କ ବୟସ ୧୮ରୁ ୧୯ ବର୍ଷ ହେବ । ରାଜ୍ୟରେ ଭୋଟ୍ ଗ୍ରହଣ ପାଇଁ ୨୦ ହଜାର ୬୨୯ଟି ପୋଲିଂ ଷ୍ଟେସନ କରାଯିବ ।

ସେପଟେ ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ପାଇଁ ୨୦୧୪ରେ ନିର୍ବାଚନ ହେଇଥିଲା । ସେ ସମୟରେ ୮୭ ସିଟରୁ ପିଡିପି ୨୮, ବିଜେପି ୨୫, ନ୍ୟାସନାଲ କନଫରେନ୍ସ ୧୫ ଓ କଂଗ୍ରେସ ୧୨ଟି ସିଟରେ ବିଜୟୀ ହେଇଥିଲେ । ଯାହାପରେ ବିଜେପି ଏବଂ ପିଡିପି ମିଶି ସେଠାରେ ସରକାର ଗଠନ କରିଥିଲେ । ତେବେ ୨୦୧୮ ମସିହା ଜୁନ୍ ୧୯ ତାରିଖରେ ବିଜେପି-ପିଡିପି ମେଣ୍ଟ ଭାଙ୍ଗିଯାଇଥିଲା । ଆଉ ରାଜ୍ୟପାଳ ଶାସନ ଲାଗୁ ହେଇଥିଲା । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହାପରେ ସେଠାରେ ସେପ୍ଟେମ୍ବର ୩୦, ୨୦୨୪ ସୁଦ୍ଧା ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।